Odisha Link
Bridging the Missing Links in Odisha

ପୁଣି ଅନଲାଇନରେ ଅବଢ଼ା ବିକ୍ରି, ଥାନାରେ ଏତଲା

ପୁରୀ: ପୁଣି ଅନଲାଇନରେ ଅବଢ଼ା ବିକ୍ରି ଅଭିଯୋଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା। ପ୍ରଥମେ ନିର୍ମାଲ୍ୟ ଏବେ ପୁଣି ଅବଢ଼ା ବିକ୍ରି ଘଟଣା ଆଜି ପୁଣି ସାମ୍ନାକୁ ଆସିଛି ।ପିନ୍‌ରେଷ୍ଟ ଡଟ୍‌ କମ୍‌ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଅନଲାଇନରେ ଅବଢ଼ା ବିକ୍ରିକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇଛି। ପିନ୍‌ରେଷ୍ଟ ଡଟ୍‌ କମ୍‌ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆ ଯାଇଛି। ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ବାରା ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି।

ପୂର୍ବରୁ ଆମାଜନ ଇ-କମର୍ସ ସଂସ୍ଥା ଅନ୍‌ଲାଇନ୍‌ରେ ନିର୍ମାଲ୍ୟ ବିକ୍ରି କରୁଥିବା ନେଇ ଶ୍ରୀମନ୍ଦିର ସେବାୟତ ଶମ୍ଭୁ ଖୁଣ୍ଟିଆ ସଂହଦ୍ୱାରା ଥାନାରେ ଏତଲା ଦେଇଥିଲେ। ତେବେ ମହାପ୍ରସାଦ ବ୍ୟବସାୟରେ ଆମାଜନ ଓ ପିନ୍‌ରେଷ୍ଟର ଆଭ୍ୟନ୍ତରୀଣ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

Comments are closed.