Odisha Link
Bridging the Missing Links in Odisha

୯ବର୍ଷର ଛାତ୍ରୀକୁ ଦୁଷ୍କର୍ମ, ଶିକ୍ଷକ ଫେରାର

ଉତ୍ତରପ୍ରଦେଶ: ୯ବର୍ଷର ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ତଥା ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଜନପଦ କାସଗଞ୍ଜରେ। ୯ବର୍ଷର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ଅଭିଯୁକ୍ତ ମୌଲାନା ଫେରାର ଥିବା ଜଣାପଡିଛି।

ବର୍ତ୍ତମାନ ପୋଲିସ୍ ପୀଡ଼ିତା ଛାତ୍ରୀଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଇଛି ଏବଂ ପୀଡ଼ିତାଙ୍କ ପରିବାରର ବୟାନରେ ଅଭିଯୁକ୍ତ ମୌଲାନାଙ୍କ ବିରୋଧରେ ସଙ୍ଗୀନ ଧାରାରେ ମାମଲା ରୁଜୁ କରି ମୌଲାନାକୁ ଖୋଜିବା ଆରମ୍ଭ କରି ଦେଇଛି।

ସୂଚନା ମୁତାବକ, ପୀଡ଼ିତା ଛାତ୍ରୀ ପ୍ରତିଦିନ ବଡ୍ଡୁ ନଗରର ମୌଲାନା ମୁସ୍ତକିମର ଘରକୁ ପଢ଼ିବାକୁ ଯାଉଥିଲେ। ଛାତ୍ରୀକୁ ପଢ଼ାଉଥିବାବେଳେ ପୀଡ଼ିତାଙ୍କ ଉପରେ କୁଦୃଷ୍ଟି ପକାଇଥିଲେ। ଶେଷରେ ସବୁ ସୀମା ଟପି ମୌଲାନା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା। ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ସେ, ମୌଲାନା ସମ୍ମୁଖରେ କାନ୍ଦି ବିକଳ ହୋଇଥିଲା କିନ୍ତୁ ମୌଲାନା କିଛି ନଶୁଣି ଦୁଷ୍କର୍ମ କରିଥିଲା। ଛାତ୍ରୀ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ କଥା କହିଥିଲା।

ପୀଡ଼ିତାଠୁ କଥା ଶୁଣି ମାଆ ଝିଅର ନ୍ୟାୟ ପାଇଁ ଥାନାକୁ ପହଞ୍ଚିଥିଲେ। ଅଭିଯୁକ୍ତ ଘଟଣା ପରଠୁ ଫେରାର ରହିଛି। ପୋଲିସ୍ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମୌଲାନାକୁ ଖୋଜା ଚାଲିଛି। ଅଭିଯୁକ୍ତ ବିରୋଧରେ ୩୭୬ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି।

Comments are closed.