Odisha Link
Bridging the Missing Links in Odisha

ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କ୍ୟାବିନେଟରେ ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଭର୍ଚୁଆଲ କ୍ୟାବିନେଟ ବୈଠକ ସନ୍ଧ୍ୟା ୬ଟା ୪୫ମିନିଟରେ ହେବ ବୋଲି ସୂଚାନ ମିଳିଛି।

ସୂଚନାଯୋଗ୍ୟ ଯେ, କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ କେବଳ ଅବଗତ କରାଯାଇଛି। ଏଜେଣ୍ଡା ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଓ ମନ୍ତ୍ରୀମାନେ ନିଜ ନିଜ ଜିଲ୍ଲାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ।

ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଆସନ୍ତାକାଲି କ୍ୟାବିନେଟ ବୈଠକରେ ପୁରୀ ଶ୍ରୀମନ୍ଦିର ଢାଂଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଚିଠା ଆଇନକୁ କ୍ୟାବିନେଟ୍ ଅନୁମୋଦନ ମିଳିବାର ସମ୍ଭାବନା ରହିଛି।

Comments are closed.