Odisha Link
Bridging the Missing Links in Odisha

ସ୍ବାମୀଙ୍କ ସାମ୍ନାରେ ପତ୍ନୀଙ୍କୁ ଦୁଷ୍କର୍ମ କଲେ ୧୭ ମଦ୍ୟପ

ଝାଡ଼ଖଣ୍ଡ: ଦେଶରେ ଦିନକୁ ଦିନ ଗଣଦୁଷ୍କର୍ମ ମାମଲା ବଢ଼ିବାରେ ଲାଗିଛି। ପୁଣି ଏଭଳି ଏକ ଅଭାବନୀୟ ଘଟଣା ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଘଟିଛି। ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବିକ ପୀଡ଼ିତା ମହିଳା ଜଣଙ୍କ ୫ଟି ପିଲାର ମା’। ଆଉ ଦୁର୍ବୃତ୍ତ ମାନେ ମହିଳାଙ୍କ ସ୍ବାମୀଙ୍କ ଆଗରେ ଏଭଳି ଅମାବନୀୟ ଘଟଣା ରଚିଛନ୍ତି। ଏଭଳି ଘୃଣ୍ୟ କାମ ୧୭ ଜଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

ସୂଚନା ଅନୁଯାୟୀ, ପ୍ରତି ମଙ୍ଗଳବାର ତାଙ୍କ ଗାଁରେ ଏକ ବଜାର ବସେ ବୋଲି ପୀଡ଼ିତାଙ୍କ ସ୍ୱାମୀ କହିଛନ୍ତି। ସେ ରାତି ପ୍ରାୟ ଆଠଟା ବେଳେ ନିଜ ପତ୍ନୀଙ୍କ ସହ ବଜାରରୁ ଘରକୁ ଫେରୁଥିଲେ। ବାଟରେ ୧୭ଜଣ ମଦ୍ୟପ ଯୁବକ ତାଙ୍କୁ ଧରିନେଇ ବାନ୍ଧି ଦେଇଥିଲେ। ପରେ ତାଙ୍କ ପତ୍ନୀଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲେ ଅଭିଯୁକ୍ତ।

ଅପରପକ୍ଷେ ପୀଡିତା କହିଛନ୍ତି ଯେ, ଦୁର୍ବୃତ୍ତଙ୍କ ମଧ୍ୟରୁ ରାମ ମୋହଲିଙ୍କୁ ଚିହ୍ନଟ କରିଛନ୍ତି, ହେଲେ ବାକି ଅଭିଯୁକ୍ତକୁ ଚିହ୍ନି ପାରିନଥିଲେ। ଏହି ଗଣଦୁଷ୍କର୍ମ ସମ୍ପର୍କରେ ସୂଚନା ପାଇବା ପରେ ଡିଜି ଏବଂ ଏସପି ପୁଲିସ ଷ୍ଟେସନରେ ପୀଡିତାଙ୍କୁ ଭେଟିଥିଲେ। ସେ କହିଛନ୍ତି ଯେ ମହିଳାଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଖୋଜା ଯାଉଛି।

Comments are closed.