Odisha Link
Bridging the Missing Links in Odisha

ଗୁଣିଗାରେଡି ସନ୍ଦେହରେ ମା’କୁ ମାରିଲା ପୁଅ

ଜବଲପୁର: ଆଜିର ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ରରେ ପାଦ ଥିାପିଥିବା ବେଳେ ଗୁଣିଗାରେଡି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ଘଟଣା ବି ଦେଖିବାକୁ ମିଳୁଛି। ଜବଲପୁରର ଗର୍ଦ୍ଦା ଖମାରିଆରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ୮୦ ବର୍ଷ ବୟସ୍କ ମା’ଙ୍କୁ ହତ୍ୟା କରିଛି ନିର୍ଦ୍ଦୟ ପୁଅ। ମା’ ଗୁଣିଗାରେଡି କରି ତାଙ୍କ ପୁଅକୁ ମାରିଦେଇଥିବା ନେଇ ସନ୍ଦେହ କରୁଥିଲା ପୁଅ। ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ପନାଘର ଥାନା ଅନ୍ତର୍ଗତ ଗର୍ଦା ଖମରିୟା ଅଞ୍ଚଳର ବିଶ୍ରାମ ତାଙ୍କ ମା’ ଏବଂ ଝିଅ ସହ ରହୁଥିଲେ। ବୁଧବାର ଦିନ ୧ଟା ବେଳେ ବିଶ୍ରାମ ଘରକୁ ଫେରିଥିଲ। ସେ ଅଚାନକ ତାଙ୍କ ମା’ଙ୍କ ମୁଣ୍ଡକୁ କୋଦାଳରେ ପାହାର ଦେଇଥିଲେ। ମହିଳା ଜଣଙ୍କ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ହୋଇ ବେହୋସ ହୋଇଯାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ମା’ଙ୍କ ମୃତ୍ୟୁ ପରେ ସେ କଣ କରିବ ଜାଣିପାରିନଥିଲା। ଘର ପଛପଟେ ଯାଇ ଲୁଚିଯାଇଥିଲେ। ଘଟଣା ସଂପର୍କରେ ତାଙ୍କ ଝିଅ ପଡୋଶୀମାନଙ୍କୁ ସୂଚନା ଦେଇଥିଲେ। ପଡୋଶୀମାନେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ୬ ମାସ ପୂର୍ବରୁ ବିଶ୍ରାମଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା। ବିଶ୍ରାମଙ୍କୁ ସନ୍ଦେହ ଥିଲା ଯେ, ତାଙ୍କ ମା’ ଗୁଣିଗାରେଡି ପାଇଁ ତାଙ୍କ ପୁଅକୁ ମାରିଦେଇଥିଲେ। ଏହି ଘଟଣା ପରେ ସେ ମା’ଙ୍କ ଉପରେ କ୍ଷୁବ୍ଧ ଥିଲେ।

Comments are closed.