Odisha Link
Bridging the Missing Links in Odisha

ସନ୍ନ୍ୟାସ ନେବା ପରେ ପୁଣି କ୍ରିକେଟ ମଇଦାନକୁ ଫେରିବେ ଏହି ଷ୍ଟାର ଖେଳାଳି, ଫ୍ୟାନ୍ସ କହିଲେ…

ନୂଆଦିଲ୍ଲୀ: ସନ୍ନ୍ୟାସ ନେବା ପରେ ପୁଣିଥରେ କ୍ରିକେଟ ମଇଦାନକୁ ଫେରିବେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବାମହାତୀ ବ୍ୟାଟସମ୍ୟାନ୍‌ ସୁରେଶ ରାଇନା। ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା ପରେ ପରେ ରୈନା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

ଏପରିକି ସେ ଚଳିତ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲ ମଧ୍ୟ ଖେଳି ନଥିଲେ। ପାରିବାରିକ ଅସୁବିଧା କାରଣ ଦର୍ଶାଇ ସୁରେଶ ରୈନା ଭାରତ ଫେରି ଆସିଥିଲେ। ଏବେ ସେ ପୁଣି ଥରେ କ୍ରିକେଟ ମଇଦାନକୁ ଫେରିବାକୁ ଆସୁଥିବା ଖବର ପ୍ରକାଶ ପାଇବାପରେ ତାଙ୍କ ଫ୍ୟାନ୍ସ ମାନେ ଏହାକୁ ସ୍ବାଗତ କରିଛନ୍ତି।

ସୁରେଶ ରୈନା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଶନିବାର ଦିନ କାନପୁରରେ ପହଞ୍ଚିଛିଏବଂ ଏହା ପରେ ଉତ୍ତର ପ୍ରଦେଶ କ୍ରିକେଟ୍ କ୍ୟାମ୍ପରେ ଯୋଗ ଦେଇଛି। ରୈନା ଆହୁରି କହିଛନ୍ତି ଯେ, ଏହି ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ବେଣ୍ଟି ଟ୍ରଫି ଖେଳିବେ ଏବଂ ଉତ୍ତର ପ୍ରଦେଶ ଟିମର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇବେ। ଏଥି ପାଇଁ ବହୁତ ପରିଶ୍ରମ କରୁଥିବା ରୈନା ସାକ୍ଷାତକାରରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ପୂରା ଫୋକସ୍ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ଉପରେ ରହିଛି। ଶେ​‌ଷ ଥର ପାଇଁ ୨୦୧୮ରେ ଫାଷ୍ଟ୍ କ୍ଲାସ୍ କ୍ରିକେଟ ଖେଳିଥିଲେ।

Comments are closed.