Odisha Link
Bridging the Missing Links in Odisha

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ

ଜୟପୁର: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରୁ ପଞ୍ଜାବକୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକକୁ ଜବତ କରିଛି ପୁଲିସ। ଟ୍ରକରେ ୧୧୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଚାଲାଣ ହେଇଥିବାର ଜଣାପଡିଛି।

ତେବେ ଉକ୍ତ ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ସଦର ଓଆଇସି ଆଦିତ୍ୟ ମହାଙ୍କୁର ସୁଚନା ଦେଇଛନ୍ତି। ଉକ୍ତ ଡ୍ରାଇଭରକୁ ଗିରଫ କରିଛି ସଦର ପୁଲିସ। ଅଭିଯୁକ୍ତ ଜଣକ ହେଲେ ପଞ୍ଜାବର ବରନାଲା ଜିଲ୍ଲା ଦର୍ଶନ ସିଂହଙ୍କ ପୁଅ ଅମନଦୀପ ସିଂ।

ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୁତ୍ରରୁ ଗତକାଲି ଜୟପୁର ସଦର ପୁଲିସକୁ ଏକ ସୁଚନା ମିଳିଥିଲା। ସଦର ଓଆଇସିଙ୍କ ସମେତ ଏସଆଇ ପି.କେ ମହାନ୍ତି ଓ ପୁଲିସ ଟିମ ବୌପାରିଗୁଡା–ଜୟପୁର ରାସ୍ତାର କୋଟା ଜଙ୍କସନ ନିକଟବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରିଥିଲେ। ପାତ୍ରପୁଟ ବ୍ରିଜି ନିକଟରେ ଟ୍ରକ ଗାଡିକୁ ଯାଞ୍ଚକଲା ବେଳେ ଗଞ୍ଜେଇ ଥିବାର ଜଣାପଡିଥିଲା। ପୁଲିସ ଡ୍ରାଇଭର ଠାରୁ ୧୦ ହଜାର ଶହେ ଟଙ୍କା ଜବତ କରିଥିବା ସୁଚନା ମିଳିଛି।

ଅନ୍ୟପକ୍ଷରେ ଟ୍ରକ ଗୋଟିଏ କିନ୍ତୁ ନମ୍ବର ଦୁଇଟି। ଗୋଟିଏ ନମ୍ବର ନାଗାଲ୍ୟାଣ୍ଡ(ଏନଏଲ-୦୫-ଡି-୮୦୨୩)ରେ ପଞ୍ଜୀକୃତ ହୋଇଥିବାବେଳେ ଅନ୍ୟ ନମ୍ବରଟି (ପିବି-୧୩କ୍ୟୁ-୩୨୦୮)ରେ ପଞ୍ଜୀକୃତ ହୋଇଛି। ଏହି ଦୁଇଟି ନମ୍ବରକୁ ବ୍ୟବହାର କରି ସେ କୋରପୁଟରୁ ଗଞ୍ଜେଇ ଧରି ପଞ୍ଜାବକୁ ନେଉଥିବା ଜଣାପଡିଛି।

Comments are closed.