Odisha Link
Bridging the Missing Links in Odisha

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ

ଭୁବନେଶ୍ୱର: ୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ଆକାଶ ପାଠକଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆକାଶଙ୍କୁ କଟକ ନେଇଛନ୍ତି। କଟକ କ୍ରାଇମବ୍ରାଞ୍ଚ ହେର୍ଡକ୍ୱାଟରରେ ଆକାଶଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚର ରିମାଣ୍ଡ ବେଳେ ଟାଟା ପ୍ରକଳ୍ପରେ ଜାଲି ନିଯୁକ୍ତି ନେଇ ପଚରାଉଚରା ହେବ।

ରିମାଣ୍ଡ ସର୍ବେଶ୍ୱର ରାଓ ସହିତ ଆକାଶଙ୍କ ସମ୍ପର୍କ ନେଇ ତଥ୍ୟ ହାସଲ କରିବ। ଜାଲି ନିଯୁକ୍ତିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ବାବଦରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ଆକାଶଙ୍କୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ମାତ୍ର ୭ ଦିନ ପରିବର୍ତ୍ତେ ୫ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ବାପ-ପୁଅ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ୱର ଏସଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହା ସହ ୬୫ ଲକ୍ଷ ଠକେଇ ମାମଲା ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା। ଆକାଶଙ୍କ ବିରୋଧରେ ଆଇପିସିର ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଦଫା ଲାଗିଛି।କୋର୍ଟରେ ହାଜର ବେଳେ ଆକାଶ କହିଥିଲେ ଯେ, ତାଙ୍କ ପାଖରେ ସବୁ ପ୍ରମାଣ ଅଛି, ସେ କୋର୍ଟରେ ଦେବେ। ଏହା ସହ ସେ କାହାକୁ ଠକି ନ ଥିବା ମଧ୍ୟ କହିଥିଲେ।

Comments are closed.