Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସରେ ଶୋଭା ବଢ଼ାଇବ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇବ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼। ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ବଢ଼ାଇବ ରାଜପଥର ଶୋଭା। ଉତ୍ତର ପ୍ରଦେଶର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ସାମିଲ ନେଇ ବୋଲି ସୂଚନା ମିଳିଛି।

ରାମ ମନ୍ଦିରର ଏହି ପ୍ରଜ୍ଞାପନ ମେଢ଼ରେ ଉତ୍ତରପ୍ରଦେଶର ସଂସ୍କୃତି ଓ ପରମ୍ପରାର ମଧ୍ୟ ଝଲକ୍ ନଜର ଆସିବ। ଏଥିସହ ଦୀପ ଉତ୍ସବର ଚିତ୍ରକୁ ମଧ୍ୟ ଏହି ରାମମନ୍ଦିରର ପ୍ରଜ୍ଞାପନ ମେଢ଼ରେ ସ୍ଥାନିତ କରାଯିବ।

ସୂଚନାଯୋଗ୍ୟ, ବହୁ ବିବାଦ ପରେ ଚଳିତବର୍ଷ ଅଗଷ୍ଟ ମାସରେ ରାମ ମନ୍ଦିରର ଶିଳାନ୍ୟାସ ହୋଇଛି। ଖୁବ୍‌ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଅଛି। ସାଧାରଣତନ୍ତ୍ର ଦିବସରେ ଏହି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଲେ ସାଧାରଣତନ୍ତ୍ର ଦିବସରେ ଶୋଭା ବଢ଼ାଇବ ବୋଲି ଆଶ କରାଯାଉଛି।

Comments are closed.