ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବୋଲେରୋ

ଚାନ୍ଦବାଲି: ଚତୁର୍ଥୀଭାର ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବୋଲେରୋ । ଏହି ଦୁର୍ଘଟଣାଟି ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ ଘଟିଛି।ଗାଡ଼ିରେ ସର୍ବମୋଟ ୯ଜଣ ସଦସ୍ୟ ଥିଲେ।
ସୂଚନାଅନୁସାରେ, ବୋଲେରୋ ଗାଡିଟି ବାହାଘରର ଚତୁର୍ଥୀଭାର ନେଇ ଯଶିପୁରରୁ ପିରାହାଟ ଅଭିମୁଖେ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲରରେ ମାଡ଼ ହେବା ପରେ ରାସ୍ତା ତଳକୁ ଖସି ପଡିଥିଲା। ଫଳରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି।
ସ୍ଥାନୀୟଲୋକ ସେମାନଙ୍କୁ ରାସ୍ତା ତଳୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲକୁ ପଠାଇଥିଲେ । ସେହି ଗାଡ଼ିରେ ମହିଳା ଯାତ୍ରୀଙ୍କ ସହ କିଛି ଶିଶୁ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି ।