Odisha Link
Bridging the Missing Links in Odisha

ବର୍ଷା-ଅନୁଭବଙ୍କ ବିବାଦକୁ ନେଇ ମୁହଁ ଖୋଲିଲେ ଜାଗୃତି କହିଲେ…

ଭୁବନେଶ୍ବର: ଓଲିଉଡ଼ର ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ବିବାଦ ଲାଗି ରହିଥିବା ବେଳେ ଏନେଇ ମୁହଁ ଖୋଲିଲେ ଜାଗୃତି। ସୋସିଆଲ ମିଡିଆରେ ଅନୁଭବ ଓ ଜାଗୃତିଙ୍କ ଫଟୋକୁ ନେଇ ଟ୍ରୋଲ୍‌ ହେବା ପରେ ମୁହଁ ଖୋଲିଲେ ମହିଳା ସାମ୍ବାଦିକ ଜାଗୃତି ଶୁକ୍ଲା।

ବର୍ଷାଙ୍କୁ ଟାର୍ଗେଟ କରି ଫେସବୁକରେ ଜାଗୃତି ନିଜର ମନ୍ତବ୍ୟ ରଖିଛନ୍ତି। ନିଜକୁ ଅନୁଭବଙ୍କ ବନ୍ଧୁ ବୋଲି କହିଛନ୍ତି ଜାଗୃତି। ଏଥିସହ ବର୍ଷା-ଅନୁଭବଙ୍କ ବ୍ୟକ୍ତିଗତ ବିବାଦ ଭିତରକୁ ତାଙ୍କ ନାଁ ଟଣାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛିଦିନ ହେଲା ଆଶାଳୀନ ଓ ଆପତ୍ତିଜନକ ଟ୍ରୋଲ କରାଯାଉଛି। ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଉଛି। ମତେ ଟ୍ରୋଲ କରୁଥିବା ଲୋକ ବର୍ଷାଙ୍କ ପ୍ରସଂଶକ। ମୁଁ ଜାଣିପାରୁନି ଏମାନଙ୍କ ପଛରେ କିଏ ଅଛି। ମୁଁ ବର୍ତ୍ତମାନ ପୋଲିସରେ ଅଭିଯୋଗ କରିବି। ଏହା ଦ୍ୱାରା ଏହା ପଛରେ କିଏ ଅଛି ଜଣାପଡିବ। କେହି ଟଙ୍କା ଦେଇ ଏଭଳି କରାଉଥିବା ସେ ଅଭିଯୋଗ କରିଛନ୍ତି।

ଏଥିସହ ପ୍ରକାଶ ଜାଭଡେକର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସେ ଏହି ମାମଲାର ଅନୁସନ୍ଧାନ କରିବାକୁ ଅନୁରୋଧ କରିଛନ୍ତି। କିଛିଦିନ ତଳେ ବର୍ଷା ଓ ଜାଗୃତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବେଶ ଟ୍ରୋଲ ହୋଇଥିଲା।

Comments are closed.