Odisha Link
Bridging the Missing Links in Odisha

ଅଧାବାଟରୁ ଉଠାଇ ନେଲେ କାର , ୮ ଗିରଫ

ବୌଦ୍ଧ: ଭୁବନେଶ୍ବରରୁ ଅପହରଣ ହୋଇଥିବା କାରଟିକୁ ବୌଦ୍ଧ ଜିଲ୍ଲାରୁ ଉଦ୍ଧାର କରାଯାଇଛି। କାରଟିକୁ ବିବାହ ଘରରେ ଯୋଗ ଦେବାପାଇଁ ପ୍ରଥମେ ବୁକ୍ କରାଯାଇଥିଲା। କିନ୍ତୁ ଅଧା ରାସ୍ତାରୁ ଅପରାଧୀ ମାନେ କାରଟିକୁ ଅପହରଣ କରିନେଇଥିଲେ। ବୋଦ୍ଧ ପୁଲିସ କାରଟି ଜବତ କରିବା ସହିତ ଓ ଉକ୍ତ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ,ଗ୍ୟାଙ୍ଗର ୨ ଜଣ ସଦସ୍ୟ ବଲାଙ୍ଗିରରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଭୁବନେଶ୍ୱରରୁ କାର୍ ବୁକ୍ କରିଥିଲେ। ଶନିବାର ବିଳମ୍ବିତ ରାତିରେ ବୁକିଂ ବାବଦକୁ ୫ ହଜାର ଟଙ୍କା ଅଗ୍ରୀମ ଦେଇ ଭୁବନେଶ୍ୱରରୁ ବାହାରିଥିଲେ ବଲାଙ୍ଗିର।

ନୟାଗଡ଼ ପରେ ଡ୍ରାଇଭରଙ୍କୁ ହଇରାଣ କରି ଅପରାଧୀ ଏଣେତେଣେ ଜଙ୍ଗଲ ରାସ୍ତାରେ ବୁଲାଇଥିଲେ। ଅପହରଣ ଯୋଜନା ନେଇ ପୋଲିସ ସୂଚନା ପାଇବା ପରେ ବିଭିନ୍ନ ଚେକ୍ ଗେଟରେ ଯାଞ୍ଚ ଆରମ୍ଭ କରିଥିଲା ।

ପରେ ପୁରୁଣା କଟକ ଫରେଷ୍ଟ ଚେକ୍ ଗେଟରେ ରବିବାର ଟ୍ରାଭେରାକୁ ଧରିଛି ପୋଲିସ। ଗାଡ଼ିରୁ ୮ ଅପହରଣକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୨ଟି ଭୁଜାଲି, ୨ଟି କଳାମୁଖା ଜବତ କରାଯାଇଛି। ସେମାନଙ୍କ ନାଁରେ କେଉଁ ସ୍ଥାନରେ ଆଉ କେଉଁ ମାମଲା ରହିଛି ତାର ତଦନ୍ତ ଚଳାଇଛି ବୌଦ୍ଧ ପୋଲିସ ।

Comments are closed.