Odisha Link
Bridging the Missing Links in Odisha

କରୋନା ପାଇଁ ବିବାହ ଭୋଜିର ହୋମ୍‌ ଡେଲିଭରୀ

ପାଟନା: କରୋନା ମହାମାରୀ ଯୋଗୁଁ ବିବାହରେ ଭଳିକି ଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅଳ୍ପ ସଂଖ୍ୟକ ବନ୍ଧୁବାନ୍ଧବଙ୍କୁ ନେଇ ବିବାହ ହେଉଥିବା ବେଳେ ଆଉ କେଉଁଠି ଭିଡିଓ କଲ ଜରିଆରେ ବରକନ୍ୟା ଅତିଥିଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି। ଏହି କ୍ରମରେ ତାମିଲନାଡୁର ଜଣେ ଦମ୍ପତିଙ୍କ ବିବାହ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଦମ୍ପତି ନିଜ ବିବାହରେ ଅତିଥିଙ୍କ ପାଇଁ କେବଳ ୱେବକାଷ୍ଟର ଆୟୋଜନ କରିଛନ୍ତି ତାହା ନୁହେଁ, ବରଂ ଅତିଥିଙ୍କ ଘରେ ଖାଦ୍ୟ ପହଞ୍ଚାଇବାର ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ନିକଟରେ ଜଣେ ଟ୍ୱିଟର ୟୁଜର ଦମ୍ପତିଙ୍କ ବିବାହ ନିମନ୍ତ୍ରଣ ପତ୍ର ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଦମ୍ପତିଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ବିବାହରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ବିଷୟରେ ମଧ୍ୟ ସବିଶେଷ ତଥ୍ୟ ଉଲ୍ଲେଖ କରିଛନ୍ତି। ବିବାହରେ ଆମନ୍ତ୍ରିତ ଅତିଥିଙ୍କ ଘରକୁ ୪ ରଙ୍ଗୀନ ଓ ସୁନ୍ଦର କପଡ଼ା ବାସକେଟ ପଠାଯାଇଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହେଉଛି। କରୋନା ସମୟରେ ଏପରି ବିବାହକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି।

Comments are closed.