ଆମେରିକାରେ ଆଜିଠୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ବତ୍ରୀବା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ କରୋନା ଟିକା ବିକଶିତ କରିବାରେ ଲାଗିଛନ୍ତି। ଏଥିସହ ସବୁ ଦେଶ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ଆଜି ଆମେରିକୀୟମାନଙ୍କର ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଏହି ଟିକାକରଣରେ ଆମେରିକୀୟ କମ୍ପାନୀ ଫାଇଜର-ବାୟୋଏନଟେକ ଦ୍ୱାରା ବିକଶିତ ଟିକା ଦେଶବାସୀଙ୍କୁ ପ୍ରୟୋଗ କରାଯିବ ବୋଲି ଜଣାଯାଇଛି। ପେରୁରେ ନୈଦାନିକ ପରୀକ୍ଷଣ ବେଳେ ସ୍ୱେଚ୍ଛାସେବୀଙ୍କ ଠାରେ ସାଂଘାତିକ ପ୍ରତିକୂଳ ପାଶ୍ୱର୍ ପ୍ରତିକି୍ରୟା ଦେଖା ଦେବାରୁ ଚୀନ କମ୍ପାନୀ ସିନୋଫାର୍ମ ଦ୍ୱାରା ବିକଶିତ ଟିକାର ଚାଲୁ ରହିଥିବା ପରୀକ୍ଷଣକୁ ବନ୍ଦ କରି ଦିଆଯାଇଛି। ଅପରପକ୍ଷେ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ବ୍ରାଜିଲ ସରକାର ୫.୧ କୋଟି ଦେଶବାସୀଙ୍କର ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିବା ଘୋଷଣା କରିଛନ୍ତି।