Odisha Link
Bridging the Missing Links in Odisha

ଆଇସିସି ଜାରି କଲା ମହିଳା କ୍ରିକେଟ ବିଶ୍ବକପ୍ ‌୨୦୨୨ର ମ୍ୟାଚ୍ ସୂଚୀ

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମହିଳା କ୍ରିକେଟ ବିଶ୍ବକପ୍‌ ୨୦୨୨ର ମ୍ୟାଚ୍ ସୂଚୀ ଘୋଷଣା କରିଛି। ୨୦୨୨ରେ ହେବାକୁ ଥିବା ୧୨ ତମ ମହିଳା କ୍ରିକେଟ ମହାକୁମ୍ଭରେ ମୋଟ ୩୧ଟି ମ୍ୟାଚ୍‌ ଖେଳାଯିବ। ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ୨୦୨୨ ମାର୍ଚ୍ଚ ୪ ତାରିଖରେ ଖେଳାଯିବ। ଏହି ବିଶ୍ବକପ୍‌ ନ୍ୟୁଜିଲାଣ୍ଡରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍‌ ଓ୍ବେଲିଂଟନ୍ର ବେସିନ ରିଜର୍ଭରେ ଖେଳା ଯିବାକୁ ଥିବାବେଳେ ଫାଇନାଲ ମ୍ୟାଚ୍‌ ଏପ୍ରିଲ ୩ ତାରିଖରେ ଖ୍ରୀଷ୍ଟଚର୍ଚ୍ଚ ମଇଦାନରେ ଖେଳା ଯିବ। ଟିମ୍‌ ଇଣ୍ଡିଆ ତାର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୬ ତାରିଖରେ ଖେଳିବ।

ଟୁ୍ର୍ଣ୍ଣାମେଣ୍ଟର ସେମି ଫାଇନାଲ ଓ ଫାଇନାଲ ମୁକାବିଲା ଖ‌୍ରୀଷ୍ଟଚର୍ଚ୍ଚର ହେଗାି ଓଭାଲ ମଇଦାନରେ ଖେଳାଯିବ। ଭାରତ ବିଶ୍ବକପର ମୋଟ ୭ଟି ମ୍ୟାଚ୍‌ ଖେଳିବ। ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍‌ ଆଫ୍ରିକା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ୍‌ ସହ ୪ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଆଉ ୩ଟି ମ୍ୟାଚ୍‌ କ୍ବାଲିଫାଏର ଟିମ୍‌ ସହ ମଇଦାନରେ ଲଢ଼ିବ।

ଭାରତ ମହିଳା କ୍ରିକେଟ ଟିମର ଷ୍ଟାର ଖେଳାଳ ମିତାଲୀ ରାଜ କହଛନ୍ତି ଯେ, ୨୦୨୦ ବର୍ଷକୁ ଏକ କଳା ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଚଳିତ ବର୍ଷ ସମସ୍ତଙ୍କ ପାଇଁ ଏକ ଦୁଃସ୍ବପ୍ନ ସଦୃଶ ଥିଲା। ଯାହାଫଳରେ ଆମେ ବହୁତ କମ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛୁ ବୋଲି ମିତାଲୀ କହିଛନ୍ତି।

ମିତାଲୀ ଆହୁରି କହିଛନ୍ତି ଯେ, ବହୁଦିନ ପରେ ବର୍ତ୍ତମାନ ବିଶ୍ବରେ ସବୁଠାରୁ ଲୋକପ୍ରିୟ ଖେଳ କ୍ରିକେଟ ଫେରିଥିବାରୁ ଆମେ ଖୁସି। ଭାରତ ବିଗତ ୩ ବର୍ଷ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛନ୍ତି ବେଲି ମିତାଲୀ କହିଛନ୍ତି। ଯଦି ଭାରତ ୨୦୨୨ରେ ହେବାକୁ ଥିବା ବିଶ୍ବକପ୍‌ରେ ଟାଇଟଲ ଜିତିବାରେ ସକ୍ଷମ ହୁଏ ତେବେ ଆଗାମି ପିଢ଼ି ପାଇଁ ଏହା ପ୍ରେରଣାଦାୟୀ ବୋଲି ସେ କହିଛନ୍ତି।

Comments are closed.