Odisha Link
Bridging the Missing Links in Odisha

ପରୀ ପରେ ସ୍ୱାତୀ: ପୋଖରୀରୁ ମିଳିଲା ମୃତଦେହ

ନୟାଗଡ଼: ରଣପୁର ବଧିପାଟଣା ଶିଶୁକନ୍ୟା ନିଖୋଜ ଘଟଣାରେ ଏକ ବଡ଼ ଖବର ଆସିଛି। ୫ ଦିନ ପରେ ମିଳିଲା ୩ ବର୍ଷର ଶିଶୁକନ୍ୟା ସ୍ବାତୀର ମୃତଦେହ। ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି। ଗାଁର ଆଦିବାସୀ ସାହିରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ୫ ଦିନ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ସ୍ୱାତୀ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ସ୍ବାତୀକୁ ଖୋଜା ଖୋଜି ଚାଲିଥିଲା। ପୁଲିସ ଓ ଅଗ୍ନିଶମ କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିବାବେଳେ ଆଜି ପାଣି କମ ଥିବା ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି। କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Comments are closed.