Odisha Link
Bridging the Missing Links in Odisha

ସ୍ୱାତୀର ବାପାଙ୍କୁ ମାଡ଼ ମାରିଲେ ଗାଁ ଲୋକେ!

ନୟାଗଡ଼: ୫ ଦିନ ନିଖୋଜ ପରେ ଆଜି ନୟାଗଡ଼ ବଧିପାଟଣାରୁ ୩ ବର୍ଷର ଝିଅ ସ୍ୱାତୀର ଶବ ଉଦ୍ଧାର କରାଯାଇଛି। ଏଥିସହ ସ୍ୱାତୀର ବାପା ସଞ୍ଜୟ କୁମାର ସାହୁଙ୍କୁ କିଛି ଲୋକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ସ୍ୱାତୀ ହତ୍ୟାରେ ଗାଁ ଲୋକ ସମ୍ପୃକ୍ତ ଥିବା କହିବା ପରେ ତାଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସ୍ୱାତୀ ଗାଁ ବାହାରକୁ ଯାଇନାହିଁ। ଗାଁରେ ହିଁ ତାକୁ ହତ୍ୟା କରାଯାଇଛି ବୋଲି ସଞ୍ଜୟ କହିବା ପରେ କିଛି ଗାଁ ଲୋକ ତାଙ୍କୁ ମାଡ଼ ମାରିଥିବା ଜଣାଯାଇଛି। ତେବେ କାହା ସହ ତାଙ୍କର ଶତ୍ରୁତା ନଥିବା ସଞ୍ଜୟ କହିଛନ୍ତି।

ବଧିପାଟଣା ଗାଁରୁ ନିଖୋଜ ୩ ବର୍ଷର ଝିଅ ସ୍ୱାତୀର ମୃତଦେହକୁ ଆଜି ବଧିପାଟଣା ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ଗାଁର ଆଦିବାସୀ ସାହିରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଠାରୁ ୩ ବର୍ଷର ଝିଅ ସ୍ୱାତୀ ନିଖୋଜ ଥିଲା। ଗାଁ ଦାଣ୍ଡରେ ଖେଳୁଥିବା ବେଳେ ସ୍ୱାତୀ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଖୋଜାଖୋଜି ଚାଲିଥିଲା। ପୁଲିସ ଓ ଅଗ୍ନିଶମ କର୍ମଚାରୀ ସ୍ୱାତୀକୁ ଖୋଜାଖୋଜି ଜାରି ରଖିଥିବାବେଳେ ଆଜି ପାଣି କମ ଥିବା ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି।

Comments are closed.