Odisha Link
Bridging the Missing Links in Odisha

ଟିକାକରଣ ନେଇ ରାଜ୍ୟ ସରକାର କେତେ ପ୍ରସ୍ତୁତ ଜାଣନ୍ତୁ…

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ପ୍ରସ୍ତୁତି ନେଇ ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଜୟ ପାଣିଗ୍ରାହୀ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାରଣ ପାଇଁ ୨୯ ହଜାର ୨୭୬ଟି ସ୍ଥାନ ଚିହ୍ନଟ କରାଯାଇଛି। ରାଜ୍ୟରେ ଟିକା ପ୍ରଦାନ ପାଇଁ ୮୧୭୬ ଟିକା କର୍ମୀ ନିୟୋଜିତ ହେବେ।

ଟିକା ସଂରକ୍ଷଣ ପାଇଁ ୧୨୨୨ କୋଲଡ ଚେନ ରହିଛି। ୧୭୭୧ଟି ଡିପ୍ ଫ୍ରିଜରର ବ୍ୟବସ୍ଥା କରାଯାଇଛି। ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଏଥିସହ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟିକା ଦିଆଯିବ। ଏହି ଟିକାକରଣ ନିର୍ବାଚନ ମଡେଲରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଟିକା ନେବା ପାଇଁ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ। ବିନା ପଞ୍ଜୀକରଣରେ ଟିକା ନିଆଯିବ ନାହିଁ। ଏଥିସହ ସ୍ପଷ୍ଟ ପଞ୍ଜୀକରଣ ହେବ ନାହିଁ। ପୂର୍ବରୁ ପଞ୍ଜୀକରଣ କରିବାକୁ ହେବ।

Comments are closed.