ବାମରାରେ ୧୨ ଘଣ୍ଟିଆ ରେଳରୋକ

କୁଚିଣ୍ଡା: ବାମରାରେ ୧୨ ଘଣ୍ଟିଆ ରେଳରୋକ। ଏକ୍ସପ୍ରେସ ଟ୍ରେନ ରହଣି ପ୍ରତ୍ୟାହାର ବିରୋଧରେ ରେଳରୋକ। ଦକ୍ଷିଣ ପୂର୍ବ ରେଳ ପଥ ଦେଇ ଯାଇଥିବା ବାମରା ରେଳ ଷ୍ଟେସନରେ ପୂର୍ବରୁ ରହଣି ଥିବା ରାଜେନ୍ଦ୍ରନଗର ଦୁର୍ଗ ସାଉଥ ବିହାର. ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଓ ହାୱଡ଼ା ଅହମ୍ମଦବାଦ ଏକ୍ସପ୍ରେସ ଟ୍ରେନ ରହଣି ପ୍ରତ୍ୟାହାର ବିରୋଧରେ ଆନ୍ଦୋଳନ। ବାମରା ରେଳ ଷ୍ଟେସନରେ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରେଳ ରୋକ କରାଯାଇଛି।
ଚଳିତ ମାସ ବିନା ପୂର୍ବ ସୂଚନାରେ ଏହି ତିନୋଟି ଟ୍ରେନ ରେଳ ବିଭାଗ ପକ୍ଷରୁ ପ୍ରତ୍ୟାହାର କରାଯାଇଛି। ଯାହାକୁ ଅଞ୍ଚଳବାସୀ ପ୍ରବଳ ବିରୋଧ କରିବା ସହ ୮ ତାରିଖ ଏହାର ରହଣି ପାଇଁ ଲିଖିତ ଦାବି ଜଣାଇଥିଲେ ।ମାତ୍ର ଏହାର କୌଣସି ପ୍ରତିଉତ୍ତର ମିଳି ନଥିଲା। ତେବେ ରେଳରୋକୋର ପୂର୍ବ ସନ୍ଧ୍ୟାରେ ଅର୍ଥାତ ଗତକାଲି ସନ୍ଧ୍ୟାରେ ରେଳ ଅଧିକାରୀ ଚର୍ଚ୍ଚା ପାଇଁ ଅନୁରୋଧ କରିଥିଲେ। ଫଳରେ ବାମରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ବୈଠକ ଆୟୋଜିତ ହୋଇଥିଲା। କ୍ରିୟାନୁଷ୍ଠାନ କମିଟି ରେଳ ରହଣୀ ପାଇଁ ଅଡି ବସିଥିଲା। ଯେଉଁଥିପାଇଁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଆଜି କ୍ରିୟାନୁଷ୍ଠାନ କମିଟି ରେଳରୋକ କରିଛି। ଯାହାଫଳରେ ବହୁ ଟ୍ରେନ୍ ଅଟକି ରହିଛି।
Comments are closed.