Odisha Link
Bridging the Missing Links in Odisha

ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ତୈଳ ବଜାରରେ ଲାଗାତାର ଦରବୃଦ୍ଧି ପରେ ଏଲପିଜି ସିଲିଣ୍ଡର ଦର ବଢ଼ିଛି। ସିଲିଣ୍ଡର ପିଛା ୫୦ ଟଙ୍କା ଦର ବଢ଼ିଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏଲପିଜି ଗ୍ୟାସ ଦର ବଢ଼ିଛି। ଅର୍ନ୍ତ୍ରରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଆଜି ଦେଶରେ ଦାମ ବଢିଛି। ରାଜଧାନୀ ଦିଲ୍ଲୀରେ ଅଣସବସିଡି ୧୪.୨ କିଗ୍ରା ସିଲିଣ୍ଡର ମୂଲ୍ୟ ଏବେ ବୃଦ୍ଧି ଘଟି ୬୯୪ ଟଙ୍କା ହୋଇଛି।

ଡିସେମ୍ବର ପ୍ରଥମ ସପ୍ତାହରେ ଏଲପିଜି ସିଲିଣ୍ଡର ମୂଲ୍ୟ ୬୪୪ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ଘଟି ୬୯୪ ହୋଇଛି। ଏହା ପୂର୍ବରୁ ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଥିଲ। ସବସିଡି ଯୁକ୍ତ ସିଲି ଣ୍ଡର ମୂଲ୍ୟ ୫୯୪ ରହିଥିଲା।