Odisha Link
Bridging the Missing Links in Odisha

ଜିଏସଟି ଠକେଇ ମାମଲା, ୧ ଗିରଫ

ରାଉରକେଲା: ଇସ୍ପାତନଗରୀରୁ ଦନକୁ ଦିନ ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା ଆସୁଛି। ଜିଏସଟି ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋଏଲନଗରର ସନ୍ତୋଷ କୁମାର ଗୁପ୍ତା। ଜାଲ ଆକାଉଣ୍ଟ ମାଧ୍ୟମରେ ନକଲି ବ୍ୟବସାୟିକ ସଂସ୍ଥା ଖୋଲି ପ୍ରାୟ ୨୬୨ କୋଟି ଟଙ୍କା ଠକିଥିବା ଜଣାପଡିଛି।

ରାଉରକେଲାରେ ଜିଏସଟି ଠକେଇ ଘଟଣାରେ ନିରୀହ, ଗରିବ ଓ ବେରୋଜଗାରଙ୍କୁ ମୋହରା ବନେଇ କୋଟି କୋଟି ଟଙ୍କା ସରକାରୀ ରାଜସ୍ୱକୁ ହଡପ କରାଯାଇଛି। ସହରରେ ଜିଏସଟି ଠକେଇ ମାମଲାର ତାଲିକା ଲମ୍ବି ଲମ୍ବି ଚାଲିଥିବା ବେଳେ ଏବେ ସେଥିରେ ଜଣେ ପରିବା ବିକ୍ରେତାଙ୍କ ନାଁ ଯୋଡ଼ି ହୋଇଯାଇଛି।

ରାସ୍ତାକଡ଼ରେ ଏକ ଛୋଟିଆ ଗୁମୁଟିରେ ପରିବା ବିକି ଗୁଜରାଣ ମେଣ୍ଟାଉଥିବା କାର୍ତ୍ତିକ କାମିଲା ନାମକ ଜଣେ ପରିବା ବିକ୍ରେତାଙ୍କ ନାଁରେ ଜିଏସଟି ଠକେଇ ହୋଇଛି। ଏନେଇ ବ୍ୟବସାୟୀଙ୍କୁ ଜିଏସଟି କର୍ତ୍ତୃପକ୍ଷଙ୍କ ନୋଟିସ ବି ଆସିଛି। ଉକ୍ତ ବ୍ୟବସାୟୀଙ୍କୁ କୋଏଲନଗର ସି ବ୍ଲକସ୍ଥିତ ମାର୍କେଟ କମ୍ପେକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡ଼ିଂ ନାମକ ଜାଲ ବ୍ୟବସାୟିକ ସଂସ୍ଥା ପ୍ରାୟ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।

Comments are closed.