Odisha Link
Bridging the Missing Links in Odisha

ଖାକିରେ କଳଙ୍କ: ଯୌନ ନିର୍ଯାତନା ଅଭିଯୋଗରେ ଡିଏସ୍‌ପି ଗିରଫ

ମାଲକାନଗିରି: ଖାକିରେ ଲାଗିଲା କଳଙ୍କ। ଯୌନ ନିର୍ଯାତନା ଓ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ପୋଲିସ ଅଫିସର ଗିରଫ କରାଯାଇଛି। ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରତାରଣା କରିଥିବା ମାମଲାରେ ମାଲକାନଗିରି ଡିଏସପିଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ।

ସୂଚନା ଅନୁଯାୟୀ, ମାଲକାନଗିରି ଡିଏସପି ଅକ୍ଷୟ କୁମାର ନାୟକ ଗିରଫ ହୋଇଛନ୍ତି। ଜଣେ ମହିଳା କନେଷ୍ଟବଳଙ୍କୁ ବିବାହ ପରେ ପ୍ରତାରଣା ଅଭିଯୋଗରେ ଅକ୍ଷୟଙ୍କୁ କେସିଙ୍ଗା ପୋଲିସ ଗିରଫ କରିଛି। ସେ ମହିଳା କନେଷ୍ଟବଳଙ୍କୁ ଯୌନ ନିର୍ଯାତନା ଓ ବ୍ଲାକ ମେଲିଂ କରିଥିବା ଅଭିଯୋଗ ହୋଇଛି।

କେସିଙ୍ଗା ଥାନାରେ ଏସଡିପିଓ ଥିବା ସମୟରେ ଅକ୍ଷୟ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଅକ୍ଷୟ ମହିଳା ଜଣଙ୍କୁ ପ୍ରତାରଣା କରିବା ସହ ବ୍ଲାକ ମେଲିଂ କରିଥିବା ଅଭିଯୋଗ ହୋଇଛି।

Comments are closed.