Odisha Link
Bridging the Missing Links in Odisha

ଗୋଆରେ ଗୋମାଂସ ମରୁଡ଼ି, କର୍ଣାଟକରୁ ଆଣିଦେବେ ବୋଲି ବିଜେପି ସରକାରଙ୍କ ପ୍ରତିଶ୍ରୁତି

ପାଣାଜି: ଆଗକୁ ନୂଆବର୍ଷ ଥିବା ବେଳେ ଗୋଆରେ ଗୋମାଂସର ଉତ୍କଟ ଅଭାବ ଦେଖାଦେଇଛି। ଗତ ସପ୍ତାହରେ ଗୋଆକୁ ଶେଷ ଥର ପାଇଁ ଗୋମାଂସ ଆମଦାନୀ ହୋଇଥିବା ବେଳେ ଏହାର ଅଭାବରୁ ଗତ ଶୁକ୍ରାବାର ଠାରୁ ଦୋକାନ ସବୁ ବନ୍ଦ ହେବାରେ ଲାଗିଛି। ତେବେ ଗୋଆରେ ଖୁବ୍‌ ଶୀଘ୍ର ଗୋରୁମାଂସ ଉପଲବ୍ଧ କରାିବାକୁ ପ୍ରତିଶ୍ରୁତି ଦେଇଛି ବର୍ତ୍ତମାନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ସରକାର।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ରାଜ୍ୟବାସୀଙ୍କୁ କହିଛନ୍ତି ଯେ ଗୋଆରେ ଗୋମାଂସ ଖୁବ୍‌ ଶୀଘ୍ର ଉପଲବ୍ଧ ହେବ। ଏ ନେଇ ପଶୁପାଳନ ନିର୍ଦ୍ଦେଶକ ଓ ସଚିବଙ୍କ ସହ ସେ ବୈଠକ କରିଥିବା ଜଣାଇଛନ୍ତି। କର୍ଣାଟକରୁ ଗୋମାଂସ ଅଣାଯିବ ବୋଲି ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି।

ତେବେ କର୍ଣାଟକରେ ଗୋହତ୍ୟା ଓ ଗୋଚାଲାଣ ବିଲ୍‌ ୨୦୨୦ ପାରିତ ହେବା ପରେ ଗୋଆ ଉପରେ ଚଡ଼କ ପଡ଼ିଛି। ଏହି ବିଲ୍‌ ଅନୁସାରେ ରାଜ୍ୟରୁ ବାହାରକୁ ଗୋମାଂସ ବା ଗୋରୁ ଚାଲାଣ ହୋଇପାରିବେ ନାହିଁ। ଏଭଳି ସମୟରେ ଗୋଆର ବିଜେପି ସରକାର କିଭଳି ଗୋମାଂସ ଆଣିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବା ବେଳେ ଗୋଆରେ ବ୍ୟାପକ ଗୋମାଂସର ଆବଶ୍ୟକତା ଦେଖାଦେଇଛି। ଏଭଳି ସମୟରେ ଗୋମାଂସ ଅଭାବ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।

Comments are closed.