Odisha Link
Bridging the Missing Links in Odisha

ରାଜପଥରୁ ହଟିବ ଟୋଲ ଗେଟ୍

ନୂଆଦିଲ୍ଲୀ: ରାଜପଥରୁ ହଟିବ ଟୋଲ ଗେଟ୍। ଆସନ୍ତା ୨ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ୍କୁ ଉଠାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତୀନ ଗଡକରୀ। ଟୋଲ ସଂଗ୍ରହ ନିମନ୍ତେ ଜିପିଏସ ଆଧାରିତ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବା ନେଇ ଗଡକରୀ ଏହି ସୂଚନା ଦେଇଛନ୍ତି।

ଗଡକରୀ କହିଛନ୍ତି ଯେ, ଭାରତର ସମସ୍ତ ରାଜପଥକୁ ଟୋଲ ବୁଥ୍ରୁ ମୁକ୍ତ କରାଯିବ। ଏହାସହ ଗାଡିର ଗତିବିଧି ଉପରେ ନଜର ରଖି ଗାଡି ମାଲିକଙ୍କ ଆକାଉଣ୍ଟରୁ କିଭଳି ସିଧା ସଳଖ ଟୋଲ ଦେୟ ଆଦାୟ କରାଯାଇପାରିବ।

ଗତକାଲି ଆସୋଚାମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ବାବଦରେ ଆଲୋଚନା କରିଛନ୍ତି। ସେ କହିଛନ୍ତି କି ସମସ୍ତ ବାଣିଜ୍ୟିକ ଯାନରେ ଏବେ ଟ୍ରାକିଂ ସିଷ୍ଟମ ରହୁଛି। ତେଣୁ ଏହାର ଗତିବିଧି ଉପରେ ନଜର ରଖିବାରେ କିଛି ଅସୁବିଧା ନାହିଁ। ଅନ୍ୟପଟେ ପୁରୁଣା ଗାଡି ମାନଙ୍କରେ ଟ୍ରାକିଂ ସିଷ୍ଟମ ନଥିବାରୁ ସେଗୁଡିକରେ କିଭଳି ଜିପିଏସ୍ ଟେକ୍ନୋଲୋଜି ସ୍ଥାପନ କରାଯାଇ ପାରିବ ତାହା ଉପରେ ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଗଡକରୀ ଆହୁରି କହିଛନ୍ତି କି, ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଟୋଲ ସଂଗ୍ରହ ୩୪ ହଜାର କୋଟିରେ ପହଞ୍ଚିବ। ହେଲେ ଜିପିଏସ ସିଷ୍ଟମରେ ଟୋଲ ସଂଗ୍ରହ କରାଗଲେ ଏହି ପରିମାଣର ଯଥେଷ୍ଟ ବୃଦ୍ଧି ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଟୋଲ ସଂଗ୍ରହ ୧ ଲକ୍ଷ ୩୪ ହଜାର କୋଟିରେ ପହଞ୍ଚିବ ବୋଲି ସେ ଅନୁମାନ କରିଛନ୍ତି।

Comments are closed.