Odisha Link
Bridging the Missing Links in Odisha

କରନ ଜୋହରଙ୍କୁ ଏନ୍‌ସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍‌ ଜାରି କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ୨୦୧୯ରେ କରନ ଜୋହରଙ୍କ ଘରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଯେଉଁଥିରେ ଏକାଧିକ ସେଲିବ୍ରିଟି ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା।

ଭିଡିଓରେ କଳାକାରମାନଙ୍କ ହାବଭାବରୁ ନିଶାରେ ଥିବାର ସନ୍ଦେହ କରାଯାଉଥିଲା। ଏହି ଭିଡିଓଟିକୁ ନିଜେ କରନ ଜୋହର ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଥିଲେ। ଭିଡିଓଟି ଭାଇରାଲ ହୋଇଥିବା ବେଳେ ପାର୍ଟିରେ ଡ୍ରଗ୍ସ ସେବନକୁ କରଣ ଜୋହର ଅସ୍ୱୀକାର କରିଆସୁଛନ୍ତି।

ଏହି ଭିଡିଓକୁ ନେଇ ତଦନ୍ତ ପାଇଁ ଦାବି କରିଥିଲେ ଶିରୋମଣି ଅକାଳୀ ଦଳର ନେତା ମନଜିନ୍ଦର ଶିର୍ଷା। ଏପରିକି ଗତ ସେପ୍ଟେମ୍ବରରେ ସେ ଏନସିବି ମୁଖ୍ୟ ରାକେଶ ଅସ୍ଥାନାଙ୍କୁ ଭେଟି କରଣ ଜୋହର ଏବଂ ଭିଡିଓରେ ଥିବା ବଲିଉଡର ଆଗଧାଡିର କଳାକାରମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ। ଏବେ ଏନସିବି ଭିଡିଓ ଆଧାରରେ କରଣ ଜୋହରଙ୍କୁ ଉତର ରଖିବା ପାଇଁ ନୋଟିସ କରିଛି।

Comments are closed.