Odisha Link
Bridging the Missing Links in Odisha

ମାଡ଼ିଗଲା କ୍ରେନ୍, ୨ ମୃତ

ବାଲେଶ୍ୱର: କ୍ରେନ୍‌ ତଳେ ଚାପି ହୋଇ‌ ୨ ସ୍କୁଟି ଆରୋହୀ ମୃତ।ବାଲେଶ୍ୱର ସହଦେବଖୁଣ୍ଟା ରାମେଶ୍ୱର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଚଳ ଟ୍ରକ୍‌କୁ ଟାଣି ନେଉଥିବା କ୍ରେନ୍ ଧକ୍କାରେ ୨ ଜଣଙ୍କର ମୃତ୍ୟ ହୋଇଛି। ମୃତ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଗୋଟିଏ ସ୍କୁଟିରେ ଦୁଇ ଜଣ ଯାଉଥିବାବେଳେ ଏକ ସିମେଣ୍ଟ ଗାଡିକୁ ଏକ କ୍ରେନ ଟାଣି ନେଉଥିବା ବେଳେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ଏହି ମାମଳାରେ ହେଲପର ଆହତ ହୋଇ ପୁଲିସ ହେପଜାତରେ ଅଛି।

Comments are closed.