Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ଼: ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି। ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଏସଆଇଟିକୁ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ହାଇକୋର୍ଟରେ ‘ପରୀ’ର ଓକିଲ ପଦ୍ମାଳୟା ମହାପାତ୍ର ସତ୍ୟପାଠ ଦାଖଲ କରିଛନ୍ତି। ଆଜି ଅଭିଯୁକ୍ତ ସରୋଜର ରିମାଣ୍ଡ ଅବଧି ସରୁଥିବା ବେଳେ ଏହି ମାମଲାରେ ତେବେ ଅଧିକ ତଥ୍ୟ ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ ହୋଇପାରେ।

ସୂଚନାଯୋଗ୍ୟ, ଏହି ମାମଲାରେ ଅଧିକ ତଥ୍ୟ ପାଇଁ ଯଦୁପୁରରେ ଏସଆଇଟି ତନାଘନା ଚଳାଇଛି। ଏଥିସହ ଅଭିଯୁକ୍ତ ସରୋଜର ମା ଓ ଭଉଣୀଙ୍କୁ ପଚରାଉଚରା କରିଛି। ନିଷ୍ପାପ ପରୀକୁ ତଣ୍ଟି ଚିପି ହତ୍ୟା ବେଳେ ନାକରୁ ରକ୍ତ ବାହାରିଥିଲା। ସେହି ରକ୍ତକୁ ନିଜ ଗାମୁଛାରେ ପୋଛିଥିଲା ବୋଲି ରିମାଣ୍ଡ ବେଳେ ଖୁଲାସା କରିଥିଲା ଅଭିଯୁକ୍ତ।

Comments are closed.