Odisha Link
Bridging the Missing Links in Odisha

କେନ୍ଦ୍ରସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଲେ ରାଜ୍ୟ ସଭାପତି

ଭୂବନେଶ୍ୱର: ରାଜ୍ୟ ସରକାର ପ୍ରଥମେ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ସାମିଲ ହେବା ପଇଁ ୩୮ ଲକ୍ଷ ଚାଷୀ ହିତାଧିକାରୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ବର୍ତମାନ ଏହା ହ୍ରାସ ପାଇ ୨୦ ଲକ୍ଷରେ କାହିଁକି ପହଞ୍ଚିଛି ବୋଲି ପ୍ରଶ୍ନ କରିବା ସହ ଏହାର ଜବାବ୍ ରାଜ୍ୟ ସରକାର ରଖିବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି ।ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ ଜୟନ୍ତୀ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିଆଳି ଗସ୍ତରେ ଯାଇ ଉପସ୍ଥିତ କୃଷକ ଭାଇଭଉଣୀ ଏବଂ ଦଳୀୟ କାର୍ଯ୍ୟକର୍ତାମାନଙ୍କୁ ସମ୍ଭୋଧିତ କରିଛନ୍ତି । ଶ୍ରୀ ମହାନ୍ତି ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଆଜି ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ଶୁଣିଥଲେ । ପିଏମ କିଷାନ ନିଧି ସମ୍ମାନ ଯୋଜନା ମାଧ୍ୟମରେ ଆଜି ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ସୁଇଚ୍ ଅନ୍ କରି ୧୮୦୦୦ କୋଟି ଟଙ୍କାର ଆକାଉଂଟରୁ ସିଧାସଳଖ ୯ କୋଟି ଚାଷୀଙ୍କ ପାଖରେ ପହଂଚାଇଲେ ତାହା ଅଦଭୂତପୂର୍ବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଯୋଜନା ଲୋକଙ୍କ ପାଖରେ ପହଁଚିପାରୁନାହିଁ ସେଠି ଦୁର୍ନୀତି ଭ୍ରଷ୍ଟାଚାର ବ୍ୟାପିଯାଇଛି। ଦୁର୍ନୀତି ଭ୍ରଷ୍ଟାଚାରକୁ ପ୍ରତିବାଦ କରି ସାଧାରଣ ବର୍ଗର ଲୋକଙ୍କ ପାଖରେ କେନ୍ଦ୍ରସରକାରଙ୍କ ଯୋଜନାକୁ ପହଁଚାଇବା ପାଇଁ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେବାକୁ ଶ୍ରୀ ମାହାନ୍ତି ଆହ୍ୱାନ ଦେଇଛନ୍ତି। ଆଜି ଓଡିଶାର ୩୧୪ ବ୍ଲକ ହେଡକ୍ୱାଟରରେ ଭାରତୀୟ ଜନତାପାର୍ଟି ସୁଶାସନ ପାଳନ କରିଛି । ରାଜ୍ୟର ସମୁଦାୟ ୪୫୦ ସ୍ଥାନକୁ ୪୫୦ଜଣ ନେତା ଗସ୍ତ କରି ସୁଶାସନ ଦିବସ ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ଅଇଜ୍ଞଚ୍ଛ କରାଇଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏସବୁ ଯୋଜନାକୁ ସଫଳ ରୂପାୟନ ଏବଂ ଦୁର୍ନୀତି ଭ୍ରଷ୍ଟାଚାରକୁ ଲୋପ କରିବା ପାଇଁ କାର୍ଯ୍ୟକର୍ତା ମାନସିକ ପ୍ରସ୍ତୁତି ନେଇ ଲୋକଙ୍କ ସ୍ୱାର୍ଥ ରକ୍ଷା ଲଢେଇ କରିବା ପାଇଁ ଶ୍ରୀ ମହାନ୍ତି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ନିଆଳିର ମଣ୍ଡଳ, ବୁଥ୍‌, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.