Odisha Link
Bridging the Missing Links in Odisha

ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଆଜି ଠାରୁ ହାଇକୋର୍ଟ ଛୁଟି ରହୁଥିବା ବେଳେ ଆସନ୍ତା ୨୦୨୧, ଜାନୁଆରି ୪ରେ ଖୋଲିବ ହାଇକୋର୍ଟ। ଶୀତ ଅବକାଶ ସମୟରେ ଜଷ୍ଟିସ ଏସ.କେ.ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ।

ସେହିଭଳି ଡିସେମ୍ବର ୩୧ରୁ ୨୦୨୧, ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ସଙ୍ଗମ କୁମାର ସାହୁ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ସୂଚନା ମିଳିଛି।

ଶୀତ ଅବକାଶ ସମୟରେ କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାଖଲ କରାଯାଇ ପାରିବ। ଡ୍ରପ୍ ବକ୍ସ ବା ଇ-ମେଲ ବା ଇ-ଫାଇଲିଂ ଜରିଆରେ ନୂଆ ମାମଲା ଦାଖଲ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Comments are closed.