Odisha Link
Bridging the Missing Links in Odisha

ନାଇଜେରିଆରେ ଆଉ ଏକ ପ୍ରକାର କରୋନା ଭୂତାଣୁ

ନାଇରୋବି: କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି ଥରେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା। ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ପରେ ଏବେ ନାଇଜେରିଆରେ ଆଉ ଏକ ନୂଆ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି।

ଆଫ୍ରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ ସେଣ୍ଟର (ସିଡିସି) ନିର୍ଦେଶକ ଜନ କେନଗାସୋଙ୍ଗ କହିଛନ୍ତି ଯେ, ନାଇଜେରିଆରେ ନୂଆ ପ୍ରକାରର କରୋନା ଭୂତାଣୁ ଦେଖାଯାଇଛି। ଏହି ଭୂତାଣୁ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ଏଥିପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

ନାଇଜେରିଆରେ ଚିହ୍ନଟ ନୂଆ ପ୍ରକାରର କରୋନା ଭୂତାଣୁ ୫୦୧ ପରିବର୍ତ୍ତନ (ମ୍ୟୁଟେସନ) ରହିଛି। ନୂଆ ଭାରିଏଣ୍ଟ ଭୂତାଣୁକୁ ୫୦୧.ଭି୨ ଭାବେ ନାମିତ କରାଯାଇଛି। ଆଫ୍ରିକା ମହାଦେଶରେ ନାଇଜେରିଆ ସବୁଠାରୁ ଜନବହୁଳ ଦେଶ। ଏଠାରେ ବହୁତ କମ୍ ସଂଖ୍ୟକ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି। ତେବେ ଗତ ବୁଧବାର ଏଠାରେ ସର୍ବାଧିକ ୧୦୦୦ରୁ ଅଧିକ ସଂକ୍ରମିତ ହୋଇଥିଲେ।

Comments are closed.