Odisha Link
Bridging the Missing Links in Odisha

ଶ୍ରୀଜିଉଙ୍କ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ପୁରୀ: ଆସନ୍ତା କାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀବାସୀ। ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି। କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ବ୍ୟବସ୍ଥାର ତଦାରଖ କରିଛନ୍ତି ପୁରୀ ଏସପି। ସିଂହଦ୍ୱାର ସାମ୍ନାରେ ପୋଲିସ ପକ୍ଷରୁ ମକଡ୍ରିଲ ହୋଇଛି।

ଆସନ୍ତା କାଲି ସକାଳ ୭ଟାରୁ ମାର୍କେଟ ଛକରୁ ଧାଡିଦର୍ଶନ ହେବ। ଟୋକନ ପରିଚୟ ପତ୍ରର ଯାଞ୍ଚ ହେବା ସହ କିଓସ୍କି ମାଧ୍ୟରେ ଭକ୍ତଙ୍କ ଫଟୋଗ୍ରାଫି ହେବ। ମାସ୍କ ସାନିଟାଇଜର ଓ ସାମାଜିକ ଦୂରତା ମାନିବା ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଭକ୍ତଙ୍କ ସୁରକ୍ଷା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜଗିବେ ୩ ପ୍ଲାଟୁନ୍ ଫୋର୍ସ। ଏଥିପାଇଁ ୨ ଜଣ ଅତିରିକ୍ତ ଏସପି, ୬ ଡିଏସପି, ୯ ଜଣ ଆଇଆଇସି ମୁତୟନ ହେବେ। ମନ୍ଦିର ଏସଓପିକୁ କଡାକଡି ଭାବେ ପାଳନ କରାଯିବ। ଏନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇଛନ୍ତି।

Comments are closed.