Odisha Link
Bridging the Missing Links in Odisha

ଗଛରେ ପିଟିହେଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୭ ଗୁରୁତର

ରାଉରକେଲା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ। ଏମିତି ଏକ ଘଟଣା ଘଟିଛି ବାଲୁଘାଟ ନିକଟର। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରାଉରକେଲାର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ହେଉଛି ମା’ ତାରିଣୀ ବସ। ବସଟି ଲାଠିକଟାରୁ ରାଉରକେଲା ଆସୁଥିବାବେଲେ ବାଲୁଘାଟ ନିକଟରେ ଦୁର୍ଘଟଣା ହୋଇଛି।

ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବସ୍‌ଟି ଦ୍ରୁତଗତିରେ ଆସୁଥିଲା। ଡିଭାଡର ଉପରକୁ ବସଟି ମାଡ଼ିଯିବାରୁ ଓଲଟି ପଡ଼ିଥିଲା ଏଣୁ ଦୁର୍ଘଟଣା ଘଟିଥିବା ଆହତ ଯାତ୍ରୀ ଜଣଙ୍କ କହିଛନ୍ତି।

ଡାକ୍ତରୀ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଯେଉଁମାନଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସଦ୍ୟ ସୂଚନା ମୁତାବକ ଘଟଣାସ୍ଥଳରୁ ଡ୍ରାଇଭର ଜଣଙ୍କ ଫେରାର ଅଛନ୍ତି।

Comments are closed.