Odisha Link
Bridging the Missing Links in Odisha

ଗିରଫ ହେଲା ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ମାଷ୍ଟର ମାଇଣ୍ଡ ଗିରଫ। ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗିରଫ୍ କରାଯାଇଛି।

ସୂଚନାଯୋଗ୍ୟ ଯେ, ଜାକି ଓର ରେହମାନ ଲଖବୀ ହାଫିଜ୍ ସଇଦ ସହ ମିଶି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଆତଙ୍କବାଦୀ ସଂଗଠନ ଲସ୍କରେ-ଏ- ତୋଇବା ର ଅପରେସନ କମାଣ୍ଡର ଲାଖବୀ ମୁମ୍ବାଇ ଆକ୍ରମଣ ପରେ ୨୦୦୮ରେ ୟୁଏନଏସସିର ପ୍ରସ୍ତାବ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ତାକୁ ବିଧିବଦ୍ଧ ଭାବେ ଆତଙ୍କବାଦୀ ଘୋଷଣା କରିଥିଲା। ମୁମ୍ବାଇ ଆକ୍ରମଣ ବାବଦରେ ଚାଲିଥିବା ତଦନ୍ତ ସ୍ପଷ୍ଟ କରିଥିଲା କି ଲଖବୀ ହାଫିଜ୍ ସଇଦର ସମସ୍ତ ଆକ୍ରମଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିଲା ଓ ତାକୁ ସଫଳ କରିବାକୁ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା।

୨୬/୧୧ ମୁମ୍ବାଇ ଆକ୍ରମଣରେ ବେଳେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମୁମ୍ବାଇ ସହରରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ମୁମ୍ବାଇର ୧୬୬ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା , ଏହାସହ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଲାଖବୀ ପାଖା ପାଖି ୬ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ୨୦୧୫ ଏପ୍ରିଲ ମାସରେ ସେ ଜେଲରୁ ମୁକୁଳିଥିଲେ। ଏହାପରେ ଆଜି ତାଙ୍କୁ ଗିରଫ୍ କରାଯାଇଥିବା ଖବର ମିଳିଛି।

Comments are closed.