ସେଲ୍ଫି ହେଲା କାଳ, ନାଳରେ ଖସି ଯୁଵତୀ ନିଖୋଜ

ସୁନ୍ଦରଗଡ଼: ସେଲ୍ଫି ନେବା ହେଲା କାଳ। ସେଲଫି ନେବା ବେଳେ ପାଣି ଭିତରକୁ ଖସି ପଡ଼ିଲେ ଯୁବତୀ। ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ନାଳରେ। ନିଖୋଜ ଯୁବତୀଙ୍କ ନାମ ଅନୁପମା ପ୍ରଜାପତି।
ପରିବାର ଲୋକଙ୍କ ସହ ଆଜି ସେ ଵଣଭୋଜି କରିବାକୁ ଆସିଥିଲେ ଘୋଘରନାଳକୁ। ପଥର ଉପରେ ଠିଆ ହୋଇ ସେଲ୍ଫି ନେଉଥିବାଵେଳେ ଖସି ପଡିଥିଲେ ତଳକୁ। ପାଣି ଭିତରେ ସେ କୌଣସି ପଥର ଖୋଳରେ ଲାଖି ଯାଇଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ, ପୁଲିସ କର୍ମଚାରୀ ଓ ଧୀବରମାନେ ୫ ଘଣ୍ଟାରୁ ଅଧିକ ସମୟ ଧରି ପାଣି ଭିତରେ ଖୋଜାଖୋଜି କରିଥିଲେ ଵି ଯୁଵତୀଙ୍କ କୌଣସି ପତ୍ତା ମିଳିପାରି ନାହିଁ।