Odisha Link
Bridging the Missing Links in Odisha
Daily Archives

January 3, 2021

ସରକାରଙ୍କୁ ୨୦୦ ଟଙ୍କାରେ ‘ସେରମ…

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଟିକାକୁ ଅନୁମୋଦନ ମିଳିଛି । ତେବେ ଏହାର ମୂଲ୍ୟ ଓ ଉପଲବ୍ଧତାକୁ ନେଇ ଲୋକଙ୍କ ମଧ୍ୟରେ ସଂଶୟ ରହିଛି। ଏହି ଟିକା ସରକାର ମାଗଣା ଦେବେ ବୋଲି ଘୋଷଣା କରିଛନ୍ତି। ଭୋଟ କେନ୍ଦ୍ରରେ ଆଧାର ଭିତ୍ତିରେ ଏହ ଟିକା ଦିଆଯିବ ବୋଲି କୁହାଯାଇଛି। ଏଥିପାଇଁ ମାର୍ଗଦର୍ଶିକା…

ଏସ୍‌ପି ସାରା ଶର୍ମାଙ୍କ ନାଁରେ ଫେକ୍‌…

ଗଜପତି: ଗଜପତି ଜିଲ୍ଲାର ପୂର୍ବତନ ଏସପି ତଥା ବର୍ତ୍ତମାନର ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ଫେକ ଫେସବୁକ୍ ଆକାଉଣ୍ଟ। ସାରାଙ୍କର ପୁର୍ବରୁ କେବଳ ଗୋଟିଏ ଫେସବୁକ୍ ଆକାଉଣ୍ଟ ଥିଲା ଯାହାକୁ ସେ ବ୍ୟବହାର କରି ଆସୁଥିଲେ ମାତ୍ର ବର୍ତ୍ତମାନ କେହି ଦୁର୍ବୃତ୍ତ ତାଙ୍କା ନାଁରେ ଫେକ…

ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ। ହକି ଇଣ୍ଡିଆ ପକ୍ଷରୁ ୨୫ ଜଣିଆ ମହିଳା ଦଳ ଆର୍ଜେଣ୍ଟିନା ଟୁର୍ ପାଇଁ ଘୋଷଣା କରାଯାଇଛି। ଆଜି ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଅଭିମୁଖେ ଯାତ୍ରା କରିଛି। କରୋନା କାଳରେ ଦେଶ ବାହାରେ ଭାରତୀୟ ମହିଳା ହକି ଦଳର ଏହା ପ୍ରଥମ ମ୍ୟାଚ୍। ଏହି ଟିମ୍‌ରେ ୪…

କ୍ଲାସ୍‌ ରୁମ୍‌ ପାଠପଢ଼ାର ରେକର୍ଡ ଭର୍ସନ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୧ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। କେବଳ +୩ ଫାଇନାଲ୍‌ ଓ ପିଜିର ଶେଷ କ୍ଲାସ୍‌ ହେବ। କ୍ଲାସ୍‌ ରୁମ୍‌ରେ ହେଉଥିବା ପାଠପଢ଼ାର ରେକର୍ଡ ଭର୍ସନ ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି, +୩ ଶେଷବର୍ଷର…

୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନକୁହୁଡ଼ି,…

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନକୁହୁଡ଼ି। ଘନକୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ପୋଲିସ ଓ ପରିବହନ ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଚିଠି…

୬ରୁ ଖୋଲିବ ନୃସିଂହନାଥ ମନ୍ଦିର

ବରଗଡ଼: କରୋନା ମହାମାରୀ ପାଇଁ ଦୀର୍ଘ ୯ ମାସ ହେବ ଭକ୍ତଙ୍କ ପାଇଁ ବନ୍ଦ ରହିଛି ନୃସିଂହନାଥ ମନ୍ଦିର। ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ରାଜ୍ୟର କିଛି ମନ୍ଦିର କରୋନା କଟକଣା ମଧ୍ୟରେ ଖୋଲିଛି। ଏଥିସହ ଆସନ୍ତା ୬ ତାରିଖରୁ ବରଗଡ଼ ଜିଲ୍ଲାର ପାଇକମାଳର ନୃସିଂହନାଥ ମନ୍ଦିର ଖୋଲିବ। ମନ୍ଦିର ଖୋଲିବାର…

ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର…

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ। ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା। ରାଜ୍ୟ ବିଜେପିର ଏକ କାର୍ଯ୍ୟନିର୍ବାହୀ ବୈଠକ ସାରି ସେ ଶିମୋଗାରୁ ଯାତ୍ରା…

ରାଜଧାନୀରୁ ୫୨ ଲକ୍ଷ ଟଙ୍କାର…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୫୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି। ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ଭୁବନେଶ୍ବରକୁ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ କମିସନରେଟ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌ ଏହାକୁ ଜବତ କରିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ‌ପରେ ପୁଲିସ ଟିମ୍‌ ଆଜି…

ଲୁଟେରା ଗ୍ୟାଙ୍ଗ୍ ଗିରଫ, ୧୦୩ ମୋବାଇଲ…

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଝାଡ଼ଖଣ୍ଡ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ୍। ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦୩ଟି ମୋବାଇଲ ଜବତ କରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଆଇ‌ ଫୋନ୍‌ ଚୋରି ନେଇ ଥାନାରେ…

ସେଲ୍ଫି ହେଲା କାଳ, ନାଳରେ ଖସି ଯୁଵତୀ…

ସୁନ୍ଦରଗଡ଼: ସେଲ୍ଫି ନେବା ହେଲା କାଳ। ସେଲଫି ନେବା ବେଳେ ପାଣି ଭିତରକୁ ଖସି ପଡ଼ିଲେ ଯୁବତୀ। ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ନାଳରେ। ନିଖୋଜ ଯୁବତୀଙ୍କ ନାମ ଅନୁପମା ପ୍ରଜାପତି। ପରିବାର ଲୋକଙ୍କ ସହ ଆଜି ସେ ଵଣଭୋଜି କରିବାକୁ…