Odisha Link
Bridging the Missing Links in Odisha

୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନକୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଘନକୁହୁଡ଼ି। ଘନକୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କାଲିଠାରୁ ୬ ଜିଲ୍ଲାରେ ଘନକୁହୁଡ଼ି ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ପୋଲିସ ଓ ପରିବହନ ବିଭାଗକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଚିଠି ଲେଖିଛନ୍ତି।

୪ ତାରିଖ ସକାଳେ ରାଜ୍ୟର ୬ଟି ଜିଲ୍ଲା ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ, ଭଦ୍ରକରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି। ୫ ତାରିଖ ସକାଳେ ୬ଟି ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି।

ସେହିପରି ୬ ତାରିଖ ସକାଳେ ରାଜ୍ୟର ୭ଟି ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ ଘନ କୁହୁଡ଼ି ଆଶଙ୍କା କରାଯାଇଛି। ତେବେ ଘନ କୁହୁଡ଼ି ନେଇ ଏସଆରସି ସତର୍କ କରାଇଛନ୍ତି। ଦୁର୍ଘଟଣା ରୋକିବା ଲାଗି ଯାନବାହାନ ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି।

Comments are closed.