ଡି.ପ୍ରକାଶ ରାଓଙ୍କୁ ପୁଣି ବ୍ରେନ୍ ଷ୍ଟ୍ରୋକ୍

କଟକ: କରୋନାରେ ଆକ୍ରାନ୍ତହୋଇ ଏସ୍ସିବିରେ ଚିକିତ୍ସିତ ହେଉଥିବା ସମାଜସେବୀ, ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନର ପ୍ରବକ୍ତା ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ। ରବିବାର ରାତିରେ ପ୍ରକାଶ ରାଓଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଛି।
ମିଳିଥିବା ସୂଚନା ମୁତାବିକ ପ୍ରକାଶ ରାଓଙ୍କୁ ପୂର୍ବରୁ ଥରଟିଏ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ବେଳେ କରୋନା ଆକ୍ରାନ୍ତ ପରେ ପୁଣି ଦ୍ବିତୀୟ ଥର ବ୍ରେନ୍ ଷ୍ଟ୍ରୋକ୍ ହୋଇଛି। ଏନେଇ ଏସ୍ସିବି ମେଡିସିନ୍ ବିଭାଗର ମୁଖ୍ୟ ତଥା ପ୍ରକାଶଙ୍କ ଚିକିତ୍ସା ପାଇଁ ଗଠିତ ବିଶେଷଜ୍ଞ ଟିମ୍ର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ଏହାପରେ ତାଙ୍କୁ ଆଇସିୟୁରେ ରଖାଯାଇ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଡାକ୍ତର ପଣ୍ଡା।