Odisha Link
Bridging the Missing Links in Odisha

ବିଷର ମୂଲ୍ୟ ୭୩ ଲକ୍ଷ, ବିକ୍ରି କରି ହେଲେ କୋଟିପତି

ନୂଆଦିଲ୍ଲୀ: କିଛି ଲୋକଙ୍କର ସଉକ ଥାଏ ନିଆରା। ସେହି ନିଆର ସଉକ ହିଁ ତାଙ୍କୁ ଦେଇଥାଏ ଭିନ୍ନ ଏକ ପରିଚୟ। ବିଷ ସଂଗ୍ରହ କରି ବିକିବାର ସଉକ କରିଛି କୋଟପତି। ତାଙ୍କର ଏହି ଅଜବ ସଉକ ଦିନେ ଯେ, ତାଙ୍କୁ କୋଟିପତି କରିଦେବ ତାହା ସେ ନିଜେ ବି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।

ମିଶରରେ ରହୁଥିବା ହାମିଦ୍ ବିଚ୍ଛାର ବିଷ ବିକ୍ରି କରି ପାଲଟିଛନ୍ତି କୋଟିପତି। ହାମିଦ୍ ବିକ୍ରି କରୁଥିବା ଏକ ଗ୍ରାମ ବିଷର ମୂଲ୍ୟ ପାଖାପାଖି ୭୩ ଲକ୍ଷ ଟଙ୍କା ରହିଛି। ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିଷ ବିକି କୋଟିପତି ହୋଇଛନ୍ତି ୨୫ ବର୍ଷ ବୟସ୍କ ମହମ୍ମଦ ହାମିଦ୍ ବୋସ୍ତା।

ହାମିଦ୍‌ ମିଶର ମରୁଭୂମି ଓ ତଟବର୍ତ୍ତୀ ଅଞ୍ଚଳରେ ଥିବା ବିଛା ଧରି ସେ ତାଙ୍କର ବିଷ ବାହାର କରନ୍ତି। ପରେ ଏହାକୁ ସେ ବିକ୍ରି କରନ୍ତି। ‘କାୟରୋ ଭେନୋମ କମ୍ପାନୀ’ର ମାଲିକ ହୋଇପାରିଛନ୍ତି। ତେବେ ଏହି ବିଷ ଔଷଧ ତିଆରି ପାଇଁ ହିଁ ବ୍ୟବହୃତ ହୁଏ। ଏହି ପ୍ରକଳ୍ପରେ ୮୦ ହଜାରରୁ ଅଧିକ ପ୍ରଜାତିର ବିଛା ଓ ସାପ ରଖାଯାଇଥାଏ। ତେବେ ରହିଥିବା ଜୀବମାନଙ୍କର ବିଷ ବାହାର କରି ଔଷଧ କମ୍ପାନୀମାନଙ୍କୁ ବିକ୍ରି କରାଯାଏ।

ତେବେ ଅଲ୍ଟ୍ରାଭାଓଲେଟ ଲାଇଟ ସାହାଯ୍ୟରେ ବିଛାର ବିଷ ବାହାର କରିବାକୁ ହାଲୁକା ଇଲେକ୍ଟ୍ରିକ ଶକ ଦିଆଯାଇଥାଏ। ପରେ କରେଣ୍ଟ ଲାଗିବା ମାତ୍ରେ ବିଛାର ବିଷ ବାହାରି ଯାଇଥାଏ। ଏହାପରେ ବିଷକୁ ସଂଗ୍ରହ କରି ଷ୍ଟୋର କରାଯାଇଥାଏ। ବିଛାର ଏକ ଗ୍ରାମ ବିଷରୁ ପାଖାପାଖି ୨୦ ହଜାରରୁ ୫୦ ହଜାର ଯାଏଁ ବିଷରୋଧକ ଡୋଜ ତିଆରି କରାଯାଇପାରେ। ହାମିଦ୍ ଏହି ବିଷ ଆମେରିକା ଓ ୟୁରୋପକୁ ସପ୍ଲାଏ କରୁଥିବା କହିଛନ୍ତି। ସେଠାରେ ବିଷରୋଧକ ଏବଂ ହାଇପରଟେନ୍ସନ ଭଳି ରୋଗର ଔଷଧ ତିଆରି ପାଇଁ ଏହି ବିଷ ବ୍ୟବହାର କରାଯାଇଥାଏ।

ଏକ ଗ୍ରାମ ବିଛା ବିଷ ବିକିଲେ ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ଯାହାକି ଆମ ଦେଶର ମୂଲ୍ୟ ଅନୁସାରେ ପାଖାପାଖି ୭୩ ଲକ୍ଷ ଟଙ୍କା। ଆମେରିକାରେ ପ୍ରତି ବର୍ଷ ପାଖାପାଖି ୮୦ ହଜାର ଲୋକଙ୍କୁ ବିଷାକ୍ତ ବିଛା ଓ ସାପ କାମୁଡି ଦିଅନ୍ତି। ବିଷଧର ସାପ ଓ ବିଛା କାମୁଡିବା ପରେ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଣ୍ଟିଭେନମ ଡ୍ରଗ୍ସ ବା ବିଷରୋଧକ ବଜାରରେ ଏତେ ମାତ୍ରାରେ ଉପଲବ୍ଧ ନଥାଏ। ସେଥିପାଇଁ ଏହି ଔଷଧର ଦାମ ମଧ୍ୟ ବହୁତ ଅଧିକ।

Comments are closed.