Odisha Link
Bridging the Missing Links in Odisha

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଆଉ ୨ ମାମଲା

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଆଉ ଦୁଇଟି ମାମଲା ରୁଜୁ ହୋଇଛି । ଠକାମୀର ଶିକାର ହୋଇଥିବା ଆଉ ୨ ଜଣ ଏତଲା ଦେଇଛନ୍ତି। ପ୍ରଶାନ୍ତ କର ଓ ଲକ୍ଷ୍ମୀନାରାୟଣ ନାୟକ ଗୋଳନ୍ଥରା ଥାନାରେ ଦୁଇ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି।

ଲକ୍ଷ୍ମୀନାରାୟଣ ନାୟକଙ୍କ ଠାରୁ ୬ଲକ୍ଷ ଓ ପ୍ରଶାନ୍ତ କରଙ୍କ ଠାରୁ ୩ଲକ୍ଷ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ୩୭୪/୨୦ ଏବଂ ୩୮୪/୨୦ରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ, (ଆଇପିସି) ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି)ରେ ଦଫା ଲାଗିଛି । ଟାଟାରେ ନିଯୁକ୍ତି କରାଇ ଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଏହି ଅର୍ଥ ନେଇଥିବା ଅଭିଯୋଗ ହୋଇଛି ।

ସେପଟେ ଆଜି ଆକାଶ ପାଠକ ଜାମିନ ଆବେଦନ ଶୁଣାଣି ହୋଇଛି। କେସ ଡାଏରୀ ଦାଖଲ ପାଇଁ ହାଇକୋର୍ଟ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କହିଛନ୍ତି। ଆକାଶ ପାଠକଙ୍କୁ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା। ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଓଗାଳିଥିଲା ଭିଜିଲାନ୍‌ସ ଏସଆଇଟି।

Comments are closed.