Odisha Link
Bridging the Missing Links in Odisha

ଫେବୃଆରୀ ୧ରେ କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ୍

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୯ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ଚଳିତ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ଯାଏ ଚାଲିବ। ଏହାପରେ ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୫ ଯାଏଁ ଚାଲିବ। ଫେବ୍ରୁଆରୀ ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ପୂର୍ଣ୍ଣାଙ୍ଗ ବଜେଟ୍। କୋଭିଡ ଯୋଗୁଁ ଦୈନିକ ୪ ଘଣ୍ଟା ପାଇଁ ସଂସଦର ଉଭୟ ଗୃହ କାର୍ଯ୍ୟ ଚାଲିବ।

ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜାନୁଆରୀ ୨୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ସଦନକୁ ସମ୍ବୋଧନ କରିବେ। ସେହିପରି ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରିବେ। କରୋନା କାରଣରୁ ଦେଶର ଅର୍ଥନୀତି ଦୋହଲି ଯାଇଥିବା ବେଳେ ବଜେଟରେ ଲୋକଙ୍କ ପାଇଁ ସରକାର କ’ଣ ସବୁ ବ୍ୟବସ୍ଥା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିବ।

Comments are closed.