Odisha Link
Bridging the Missing Links in Odisha

ଫାୟାର ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅଗ୍ନିଶମ ବିଭାଗର ନୂଆ ଓ୍ୱେବ୍‌ସାଇଟ୍‌ ଓ ଫାୟାର ପାର୍କକୁ ଭର୍ଚୁଆଲରେ ଲୋକାର୍ପଣ କରିଛନ୍ତି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ଶନିବାର ୩ଟା ୩୦ ରୁ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ପାର୍କ ଖୋଲିବ। ଅଗ୍ନିଶମ ବିଭଗ କିଭଳି କାର୍ଯ୍ୟ କରେ, ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ମୁକାବିଲା କରେ ସେ ସବୁ ପ୍ରଦର୍ଶନ କରାଯିବ।

ଅଗ୍ନିଶମ ବିଭାଗର ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଉପସ୍ଥିତ ରହିଥିଲେ। ଲୋକଙ୍କ ଆୱାରନେସ୍‌ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଏହି ପାର୍କରେ ପ୍ରବେଶ କରିବାକୁ ସୁଯୋଗ ମିଳିବ। ନିଆଁ ଲାଗିଲେ କିଭଳି ଏହାକୁ ମୁକାବିଲା କରାଯିବ, ସେ ନେଇ ଶିକ୍ଷା ଦିଆଯିବ। ପୂର୍ବରୁ ‘ଅଗ୍ନିଶମ ସେବା’ ନାମରେ ଏକ ପୋର୍ଟାଲ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯାଇଥିଲା।

ଏହାବାଦ୍‌ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟ ଉପରେ ଜନସାଧାରଣଙ୍କ ମତାମତ ନେଇ ଏହାକୁ ଆହୁରି ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ଅଗ୍ନିଶମ ସେବା ସଂସ୍ଥାକୁ ‘ମୋ ସରକାର’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଫାୟାର ପାର୍କ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏଭଳି କରାଯାଇଛି। ଅଗ୍ନିଶମ ବିଭାଗର ବିଭିନ କାର୍ଯ୍ୟ ଦକ୍ଷତା, ସଫଳତା, ଡ଼କ୍ୟୁମେଣ୍ଟରିରେ ଲୋକଙ୍କୁ ଅବଗତ କରାଯିବ। ସେହିପରି ରାମଚଣ୍ଡୀରେ ଲାଇଫ ଗାର୍ଡ ସ୍କିଲ ଜାତୀୟ ସ୍ତରୀୟ ଟ୍ରେନିଂ ସେଣ୍ଟର ଖୋଲାଯିବ। ଓଡିଶା ଷ୍ଟେଟ୍‌ ଲାଇଭ୍‌ଗାର୍ଡ ଇନ୍‌ଷ୍ଟିଚ୍ୟୁଟ ରାମଚଣ୍ଡୀରେ ଖୋଲାଯିବ ବୋଲି କହିଛନ୍ତି ଅଗ୍ନିଶମ ଡିଜି।

Comments are closed.