Odisha Link
Bridging the Missing Links in Odisha

ସାଇବର ଅପରାଧକୁ ରୋକିବା ପାଇଁ ସହାୟତା ନମ୍ବର ଜାରି

ଭୁବନେଶ୍ୱର: ସାଇବର ଠକେଇ ରୋକିବାକୁ କମିଶନରେଟ ପୁଲିସ ପକ୍ଷରୁ ସହାୟତା ନମ୍ବର ଜାରି କରାଯାଇଛି। କମିଶନଟେ ପୁଲିସର ସ୍ପେଶାଲ ସ୍କ୍ୱାଡରେ ହେଲପ ଡେସ୍କ ଆରମ୍ଭ ହୋଇଛି। ପ୍ରାରମ୍ଭିକଭାବେ ଜଣେ ସବ ଇନସ୍ପେକ୍ଟର ଓ ୭ ଜଣ କନଷ୍ଟେବଳଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି।

ସାଇବର ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ଜଣାଇବାକୁ ପରାମର୍ଶ ଦିଆଯାଇଛି। ମହିଳାଙ୍କୁ ହଇରାଣ କରୁଥିବା ଅଜଣା ଫୋନ କଲ ସମ୍ପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି। ହେଲପ ଲାଇନ ନମ୍ବର ୭୦୦-୦୦୦-୬୭୦୯ରେ ଜଣାଇବାକୁ କମିଶନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.