Odisha Link
Bridging the Missing Links in Odisha

ସୁନା କିଣିଲେ ସାବଧାନ୍, ଦେଖାଇବାକୁ ପଡ଼ିବ ପରିଚୟ ପତ୍ର

ନୂଆଦିଲ୍ଲୀ : ସୁନା ଗହଣା ପ୍ରତି ଅନେକ ଲୋକଙ୍କ ରୁଚି ରହିଥାଏ।ତେବେ ଅତି ସହଜରେ ଅନେକ ଲୋକ ପର୍ବ ପର୍ବାଣୀ ହେଲେ ସୁନାଗହଣା କିଣି ଥାନ୍ତି। ବର୍ତ୍ତମାନ ସୁନା କିଣିବାକୁ ଗଲେ ସାଥିରେ ନବାକୁ ପଡ଼ିବ ପାନ୍ ଓ ଆଧାରର କାର୍ଡ କାଗଜପତ୍ର।

୨ ଲକ୍ଷରୁ କମ୍ ଟଙ୍କାର ସୁନାଗହଣା କିଣିବା ବେଳେ ଏବେ ସୁନା ଦୋକାନୀମାନେ KYC କାଗଜପତ୍ର ମାଗୁଛନ୍ତି। ସୁନା ଦୋକାନୀମାନେ ଡରୁଛନ୍ତି ଯେ, ସରକାର ଚଳିତ ବଜେଟ୍ ରେ ସମସ୍ତ କ୍ୟାସ୍ ନେଣଦେଣ ଉପରେ KYC ବାଧ୍ୟତାମୂଳକ କରିପାରନ୍ତି। ଏବେ ୨ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା କ୍ରୟ କରିବା ବେଳେ KYC ଆବଶ୍ୟକ ରହିଛି।

୨ ଲକ୍ଷରୁ କମ୍ କ୍ରୟ ଉପରେ KYC ଆବଶ୍ୟକ ହୋଇନଥାଏ। ସରକାର ସୁନାକୁ ମଧ୍ୟ ସେୟାର, ମ୍ୟୁଚୁଆଲ ଫଣ୍ଡ୍‌ସ ଏବଂ ରିୟଲ ଇଷ୍ଟେଟ ଭଳି ଆସେଟ୍ କ୍ଲାସ୍ ଭଳି କରିବାକୁ ଚାହୁଁଛନ୍ତି।

Comments are closed.