Odisha Link
Bridging the Missing Links in Odisha

ମାହାଙ୍ଗା ଦ୍ୱେତହତ୍ୟା: ଧନୀ ଅଭିଯୁକ୍ତଙ୍କ ନାମରେ ବିଜୁ ପକ୍କାଘର

ସାଲେପୁର: ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ପୁଲିସ ଏଯାବତ୍ ଛଅ ଜଣଙ୍କୁ ଗିରଫ କରିଛି। ତେବେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘନିଷ୍ଠ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ବିଜେଡିର ଛାମୁଆ ନେତାମାନଙ୍କ ନାଁରେ ଏତଲାରେ ଥିଲେ ବି ପୁଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଅନ୍ୟପଟେ ଜଣେ ଗିରଫ ଅଭିଯୁକ୍ତଙ୍କର କୋଠାଘର ଥାଇ ମଧ୍ୟ ସେ ସରକାରୀ ଯୋଜନାରେ ଘର ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏତଲାରେ ମନ୍ତ୍ରୀଙ୍କ ସମେତ ଯେଉଁ ୧୪ ଜଣଙ୍କର ନାଁ ରହିଛି ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ୬ ଜଣଙ୍କ ଭିତରେ ଅଛନ୍ତି କ୍ଷିତୀଶ ଆଚାର୍ଯ୍ୟ (୪୫)। କ୍ଷିତୀଶଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ। ତାଙ୍କର କୋଠା ଘର ରହିଛି। ତେବେ ସେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଘନିଷ୍ଠ ହୋଇଥିବାରୁ ବେଆଇନ ଭାବେ ବିଜୁ ପକ୍କା ଘର ପାଇଥିବା ଅଭିଯୋଗ ଉଠିଛି। ଏ କଥା ଖୋଦ୍ ପଞ୍ଚାୟତ ନିର୍ବାହୀ ଅଧିକାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏପରିକି ପୂର୍ବରୁ ଥିବା କୋଠାଘରକୁ ନୂଆ ବୋଲି ଦର୍ଶାଇ ବିଲ୍ ପାରିତ କରାଇ କ୍ଷିତୀଶ ଟଙ୍କା ଉଠାଇ ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ସ୍ଥାନୀୟ ଅଞ୍ଚଳରେ ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ କିଭଳି ବେଆଇନ କାମ ଚାଲିଛି ଓ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି କିଭଳି ଆପରାଧିକ ମାମଲାରେ ଜଡ଼ିତ, କ୍ଷିତୀଶ ତାହାର ଏକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି।

Comments are closed.