Odisha Link
Bridging the Missing Links in Odisha

ପରାଜୟକୁ ମାନିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଙ୍ଗଟନ୍: ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି କି ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, ଏକ ଐତିହାସିକ ରାଷ୍ଟ୍ରପତି ଯୋଗର ଅନ୍ତ ହେଲା , ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୁର୍ଣ୍ଣ ଅସହମତି ପ୍ରକାଶ କରୁଛି ମାତ୍ର ମୁଁ ଜାନୁଆରୀ ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କ ବୟାନରେ କହିଛନ୍ତି କି, ମୁଁ ସବୁବେଳେ କହିଛି କି ସଠିକ୍ ଉପାୟରେ କିଭଳି ମତଦାନ ହୋଇପାରିବ ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେ ନେଇ ଚେଷ୍ଟା କରିବି, ଏହା ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା।

ଆମେରିକାକୁ ପୃଥିବୀର ଶ୍ରେଷ୍ଟ ରାଷ୍ଟ୍ରଭାବେ ଗଢିତୋଳିବାର ଏହା ମୋର ପ୍ରଥମ ପର୍ଯ୍ୟାୟ ପ୍ରୟାସ। ଟ୍ରମ୍ପଙ୍କ ବୟାନରେ ପୁଣିଥରେ ସେ ନିର୍ବାଚନ ଆୟୋଗଙ୍କ ଉପରେ ଆରୋପ ଲଗାଇଛନ୍ତି। ଏହା ପୂର୍ବରୁ ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟଲ ହିଲ୍ ବିଲ୍ଡିଂ ଉପରେ ଆକ୍ରମଣ କରି ଭୋଟ ଗଣତିରେ ରୋକ୍ ଲଗାଇବାକୁ ଚେଷ୍ଟା କରିଥିଲେ। ଏହି ଆକ୍ରମଣରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଅଧିକ ଲୋକ ଗୁରୁତର ହୋଇଛନ୍ତି।

ଆମେରିକା କଂଗ୍ରେସ ତରଫରୁ ଡେମୋକ୍ରେଟିକ୍ ପାର୍ଟିର ପ୍ରାଥୀ ଜୋ- ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇଛନ୍ତି। ଆମେରିକା କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଭାବେ ଘୋଷଣା କରିଛନ୍ତି। ବାଇଡେନଙ୍କ ବ୍ୟତିତ କମଲା ହେରିସ୍ଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ବିଜୟୀ ଘୋଷଣା କରାଯାଇଛି। ଏହା ପୂର୍ବରୁ ସିନେଟ ଓ କଂଗ୍ରେସ ପକ୍ଷରୁ ଜର୍ଜିୟା, ପେନସିଲବେନିୟା, ଓ ଏରିଜିନା ସହିତ ଯୋଡି ହୋଇଥିବା ରିପବ୍ଲିକାନ ନେତାଙ୍କ ଭୋଟ ଗଣତି ପାଇଁ ହୋଇଥିବା ଅନୂୁରୋଧକୁ ଖାରଜ କରିଛନ୍ତି।

Comments are closed.