Odisha Link
Bridging the Missing Links in Odisha

କପିଲ ଶର୍ମାଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ କରିଛି ମୁମ୍ବାଇ ପୁଲିସ୍ ‌। ନକଲି କାର୍ ପଞ୍ଜିକରଣ ମାମଲାରେ ପୁଲିସ ତାଙ୍କୁ ନିର୍ଦ୍ଦେଶ
ପଠାଇଛି।

କ୍ରାଇମ ଇଣ୍ଟେଲଜେନ୍ସ ୟୁନିଟ(ସିଆଇୟୁ)ର ଏପିଆଇ ସଚିନ ଭାଜେ ଆଜି ହିଁ କପିଲଙ୍କୁ ହାଜର ହେବାକୁ କହିଛନ୍ତି। ନିକଟରେ ମୁମ୍ବାଇ ପୁଲିସ୍‌ ନକଲି ପଞ୍ଜୀକରଣ ଘଟଣାରେ ଏକାଧିକ କାର ଜବତ କରିଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ କପିଲଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି।

Comments are closed.