ରାଜଧାନୀରେ ମୋ ଖତ ବିକ୍ରୟର ଶୁଭାରମ୍ଭ

ଭୁବନେଶ୍ୱର: ଆଉ ଖତ ପାଇଁ ରାଜଧାନୀ ବାସିଙ୍କୁ ଯିବାକୁ ପଡ଼ିବନାହିଁ ଗ୍ରାମାଞ୍ଚଳକୁ। କାଣର ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବ ମୋ ଖତ। ଜୈବିକ ସାର ମୋ ଖତ ବିକ୍ରୟର ଶୁଭାରମ୍ଭ ହୋଇଛି।
ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି। ଭୁବନେଶ୍ବର ମହାମଗର ନିଗମ ଅଞ୍ଚଳର ପରିମଳରୁ ମୋ ଖତ ପ୍ରସ୍ତୁତ ହେଉଛି। ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ମୋ ଖତ। ଭୁବନେଶ୍ବରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର। ୫କିଲୋଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମ୍ସି। ଅନ୍ଲାଇନ୍ରେ ବି ଖତ ମିଳିବ ବୋଲି ସୂଚନା ଦିଆଯାଇଛି।