ବି.କେ ଶର୍ମା ହେଲେ ସରକାରୀ ପ୍ରେସ୍ ନିର୍ଦ୍ଦେଶକ, ୧୩ ମାସ ପରେ ପାଇଲେ ପଦବି

ଭୁବନେଶ୍ବର: ପୂର୍ବତନ ପୁଲିସ ଡିଜି ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୂୁ ରାଜ୍ୟସରକାର ନୂଆ ପଦବିରେ ନିଯୁକ୍ତି ପ୍ରଦାନ କରିଛନ୍ତି। ପାଖାପାଖୀ ୧୩ ମାସ ପରେ ନୂତନ ପଦବି ପ୍ରଦାନ କରିଛନ୍ତି ସରକାର। ଶ୍ରୀ ଶର୍ମା କଟକସ୍ଥିତ ସରକାରୀ ଛାପା, ମୁଦ୍ରଣ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସେହିପରି ଆଇପିଏସ୍ ଅଧିକାରୀ ହିମାଂଶୁ ଲାଲଙ୍କୁ କାରାଗାର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଲାଲ୍ କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିବା ପରେ ଦୀର୍ଘ ୩ ମାସ ଧରି ନୂତନ ପଦବିରେ ନିଯୁକ୍ତି ପାଇବା ପାଇଁ ଅପେକ୍ଷା କରି ରହିଥିଲେ। ଗତ ଡିସେମ୍ବର ୨୮ ତାରିଖରେ ଶ୍ରୀ ଲାଲଙ୍କୁ ଡିଆଇଜି ପାହ୍ୟାରୁ ଆଇଜି ପାହ୍ୟାକୁ ପଦୋନ୍ନତି ମଳିଥିଲା।
ସୂଚନାଥାଉକି, ଅଗ୍ନିଶମ ବାହିନୀରେ ଦୁର୍ନୀତି ଅଭିଯୋଗ ଆଣି ଶ୍ରୀ ଶର୍ମାଙ୍କୁ ୨୦୧୯ ନଭେମ୍ବର ୨୦ ତାରିଖରେ ପୁଲିସ ଡିଜି ପଦରୁ ନାଟକୀୟ ଢଙ୍ଗରେ ହଟାଇ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା।