Odisha Link
Bridging the Missing Links in Odisha

ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ମକୁରୁ ମୂଣ୍ଢାଙ୍କ ତିନି ବର୍ଷର ଶିଶୁପୁତ୍ର ପ୍ରିନ୍ସ ଖେଳିବାକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରି ମଧ୍ୟ ପ୍ରିନ୍ସର କୌଣସି ପତ୍ତା ପାଇନଥିଲେ। ତେବେ ରାତି ପ୍ରାୟ ୮ ଟା ବେଳକୁ ଘରପାଖ ପୋଖରୀକୁ କିଛି ଲୋକ ଗାଧୋଉଥିବା ବେଳେ ଶିଶୁର ମୃତ ଦେହ ସେମାନଙ୍କ ଗୋଡରେ ବାଜିଥିଲା ।

ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା । ଏହାପରେ ଶିଶୁକୁ ଉଦ୍ଧାର କରି ରାତି ୧୦ଟା ବେଳକୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.