Odisha Link
Bridging the Missing Links in Odisha

ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କିଙ୍କ ପରଲୋକ

ଅହମଦାବାଦ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କିଙ୍କ ଆଜି ପରଲୋକ ହୋଇଯାଇଛି। ବିୟୋଗ ସମୟରେ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ୧୯୮୦ରେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ। ସେ ରାଜନେତା ସହ ଜଣେ ଆଇନଜୀବୀ ମଧ୍ୟ ଥିଲେ। ତେବେ ୧୯୮୫ରେ ସେ ଇସ୍ତଫା ଦେଇଥିଲେ।

ପରେ ୧୮୨ ଆସନରୁ ୧୪୯ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିଲେ। ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ।

Comments are closed.